ମ୍ୟାଚ୍ ନା ମାର୍କେଟିଂ ? ବିରାଟଙ୍କ ଭିଡିଓ ଭାଇରାଲ ପରେ ଉଠିଲା ପ୍ରଶ୍ନ...
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆର ବଡ଼ ବିଜୟ । ଦଳ ଜିତିବା ପରେ ଯେତିକି ଚର୍ଚ୍ଚା ତାଠାରୁ ଅଧିକ ଚର୍ଚ୍ଚା ବିରାଟଙ୍କୁ ନେଇ ଆରମ୍ଭ ହୋଇଛି । ଭାରତର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ବିରାଟ କୋହଲିଙ୍କୁ ସମାଲୋଚନା ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ମ୍ୟାଚ୍ ଚାଲିଥିବା ସମୟରେ ବିରାଟ କୋହଲି ମଇଦାନରେ ନିଜ ଜୋତାର ଫିତା ବାନ୍ଧୁଥିବା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ।
Virat Kohli intentionally started untying and retying his shoelaces on the field to promote his One8 shoe brand 😭😭 pic.twitter.com/2YXpfVrwzi
— Incognito Cricket (@Incognitocric) July 15, 2026
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି, ଯେତେବେଳେ ବ୍ରଡକାଷ୍ଟର କ୍ୟାମେରା କୋହଲିଙ୍କ ଉପରେ ଫୋକସ୍ କଲା, ସେତେବେଳେ ସେ ନିଜ ଜୋତାର ଫିତା ବାନ୍ଧୁଥିଲେ। ଲୋକଙ୍କ କହିବା କଥା, କୋହଲି ଜାଣିଶୁଣି ଏପରି କରୁଥିଲେ। କୋହଲି ଯେଉଁ ଜୋତା ପିନ୍ଧିଥିଲେ, ତାହା ତାଙ୍କ ନିଜର 'One8' ବ୍ରାଣ୍ଡର । ଏହାକୁ ଦେଖି କିଛି ପ୍ରଶଂସକ କହୁଛନ୍ତି କି, ସେ କଣ ମ୍ୟାଚ୍ ମଝିରେ ନିଜ ବ୍ରାଣ୍ଡର ମାର୍କେଟିଂ କରୁଥିଲେ କି ? ଏଭଳି ଭାବେ ଅନେକ ଫ୍ୟାନ୍ସ ଏହି ଭିଡିଓ ଉପରେ ବିରାଟଙ୍କୁ ସମାଲୋଚନା କରିବା ସହ ନିଜ ବ୍ରାଣ୍ଡର ପ୍ରଚାର କରୁଥିବା ସମ୍ପର୍କରେ ମଧ୍ୟ ପ୍ରକାଶ କରିଛନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଦୁଇଟି ମତ ଦେଖିବାକୁ ମିଳୁଛି। କିଛି ଲୋକ ଏହାକୁ ଏକ 'ମାର୍କେଟିଂ ଷ୍ଟ୍ରାଟେଜି' ବୋଲି କହୁଥିବା ବେଳେ, ଅନ୍ୟମାନେ ଏହାକୁ କେବଳ ଏକ ସାଧାରଣ ଘଟଣା ବୋଲି କହୁଛନ୍ତି। ବ୍ୟାଟିଂରେ କୋହଲି ଏହି ମ୍ୟାଚ୍ରେ ସେତେଟା କମାଲ କରିପାରିନଥିଲେ। ଏଭଳି ପରିସ୍ଥିତିରେ, କ୍ରିକେଟ୍ ମଇଦାନରେ ତାଙ୍କର ଏହି କାର୍ଯ୍ୟ କେବଳ ଏକ ସଂଯୋଗ ଥିଲା ନା ପ୍ରକୃତରେ ମାର୍କେଟିଂ, ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି ।
ଏହାସହ ପଢ଼ନ୍ତୁ: ଦ୍ବିତୀୟ ଓ୍ବାନଡେରେ ଶୁଭମନ ଗିଲ ହେବେ ବିଶ୍ବର ନମ୍ବର-୧ ବ୍ୟାଟର ? ଜାଣନ୍ତୁ କେତେ ଦୂରରେ କ୍ୟାପଟେନ୍
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।