ମିନି ବିଶ୍ୱ ପାଲଟିବ ଆମେରିକା

ଆଉ ଦିନ କେଇଟାର ପ୍ରତିକ୍ଷା ପରେ ଫିଫା ବିଶ୍ୱକପ ବିଗୁଲ ବାଜିବ । ଗୋଟିଏ ମଞ୍ଚ ତଳେ ଏକାଠି ହେବେ ସାରା ବିଶ୍ୱର ଅଂଶଗ୍ରହଣକାରୀ ଦଳ । ଏଥର ଫିଫା ବିଶ୍ୱକପରେ ଅନେକ ପରିବର୍ତ୍ତନ ଦେଖଳବାକୁ ମିଳିବ । ୩୨ ପରିବର୍ତ୍ତେ ୪୮ ଦଳ ରଣାଙ୍ଗନକୁ ଓହ୍ଲାଇବେ । ଜୁନ ୧୧ରୁ ଜୁଲାଇ ୧୯ ତାରିଖ ଯାଏ ଅଂଶଗ୍ରହଣକାରୀ ଦଳ ଗୁଡିକ ଶକ୍ତି ପ୍ରଦର୍ଶନ କରିବେ । ଏଥର ବିଶ୍ୱକପ ନିଆରା ଢ଼ଙ୍ଗରେ ଆୟୋଜନ ହେବ । ପ୍ରଥମଥର ପାଇଁ ୩ଟି ରାଷ୍ଟ୍ର ମିଳିତ ଭାବେ ବିଶ୍ୱକପ ଆୟେଜନ କରିବେ । ଆମେରିକା, ମେକ୍ସିକୋ ଓ କାନାଡାରେ ବିଶ୍ୱକପ୍ ଖେଳାଯିବ । ୩ ରାଷ୍ଟ୍ରର ୧୬ ସହର ୩୮ ଦିନ ଯାଏ ଚଳଚଞ୍ଚଳ ରହିବ । ଆମେରିକାର ୧୧ଟି ସହର, ମେକ୍ସିକୋର ୩ଟି ଏବଂ କାନାଡାର ଦୁଇଟି ସହରରେ ବିଶ୍ୱକପ ଖେଳାଯିବା ନେଇ ପ୍ରସ୍ତୁତି ସରିଛି । ଏଥର ଫିଫା ବିଶ୍ୱକପର ୨୬ତମ ସଂସ୍କରଣରେ ମୋଟ ୧୦୪ ମ୍ୟାଚ ଖେଳାଯିବ । କେବଳ ଶେଷସ୍ପର୍ଷକୁ ଅପେକ୍ଷା ।
ଫିଫା ବିଶ୍ୱକପ ଆୟୋଜନ ନେଇ ପ୍ରବଳ ଦାବିଦାର ଥିଲା ଆମେରିକା । ମରକୋ ଏବଂ ଆମେରିକା ମଧ୍ୟରେ ଆୟୋଜନ ଅଧିକାର ହାତେଇବାକୁ ତୀବ୍ର ସଂଘର୍ଷ ହୋଇଥିଲା । ମସ୍କୋରେ ଅନୁଷ୍ଠିତ ୬୮ତମ ଫିଫା କଂଗ୍ରେସ ବୈଠକରେ ଆମେରିକାକୁ ସର୍ବାଧିକ ଭୋଟ୍ ମିଳିଥିଲା । ପ୍ରଥମଥର ପାଇଁ ପୁରୁଷ ଫିଫା ବିଶ୍ୱକପ ଏକାଧିକ ରାଷ୍ଟ୍ରରେ ଆୟୋଜନ ହେବାକୁଯାଉଛି । ପୂର୍ବରୁ ୧୯୭୦ ଏବଂ ୧୯୮୬ରେ ଏକାଧିକ ରାଷ୍ଟ୍ର ବିଶ୍ୱକପ ଆୟୋଜନ କରିଥିଲେ । ଆମେରିକା ମଧ୍ୟ ୧୯୯୪ରେ ବିଶ୍ୱକପ ଆୟୋଜନ କରିସାରିଛି କିନ୍ତୁ କାନାଡା ପାଇଁ ଏହା ପ୍ରଥମ ବିଶ୍ୱକପ୍ ଆୟୋଜନ ହେବ । ଗତ ୨୦୨୨ ଫିଫା ବିଶ୍ୱକପର କାତାର ସଂସ୍କରଣ ନଭେମ୍ବର ଓ ଡିସେମ୍ବର ମାସରେ ହୋଇଥିଲା । ଏଥର ସିଡ୍ୟୁଲରେ ଭିନ୍ନତା ଦେଖଳବାକୁ ମିଳିଛି । କାରଣ ଆମେରିକାର ଜଳବାୟୁ ଅନୁଯାୟୀ ଜୁନ-ଜୁଲାଇ ମଧ୍ୟରେ ବିଶ୍ୱକପ୍ ଆୟୋଜନ ପାଇଁ ସର୍ବୋତମ ସମୟ । ଆୟୋଜକ ରାଷ୍ଟ୍ର ଦୃଷ୍ଟିରୁ କାନାଡା, ମେକ୍ସିକୋ ଏବଂ ଆମେରିକା ସିଧା ସଳଖ ବିଶ୍ୱକପ ଯୋଗ୍ୟତା ହାସଲ କରିଛନ୍ତିା କେଫ ଭର୍ଡି, କୁରାକାଓ, ଜୋର୍ଡାନ ଏବଂ ଉଜବେକିସ୍ତାନ ଫିଫା ବିଶ୍ୱକପ ଡେବ୍ୟୁ କରିବା ଲକ୍ଷ୍ୟରେ ରହିଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନା ୨୦୨୨ ବିଶ୍ୱକପ ଟାଇଟଲକୁ ଦୋହରାଇବା ଲକ୍ଷ୍ୟରେ ରହିଛି ।