ମିଠା ପ୍ରିୟ ଲୋକେ ସାବଧାନ! ନାମୀଦାମୀ ମିଠା ଦୋକାନରେ ଚଢ଼ାଉ, ନଷ୍ଟ ହେଲା ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ

Aug 21, 2026 - 17:55
ମିଠା ପ୍ରିୟ ଲୋକେ ସାବଧାନ! ନାମୀଦାମୀ ମିଠା ଦୋକାନରେ ଚଢ଼ାଉ, ନଷ୍ଟ ହେଲା ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ

ନନ୍ଦିଘୋଷ ବ୍ୟୁରୋ :  କଳିଙ୍ଗ ଷ୍ଟାଡିୟମ ନିକଟରେ ଥିବା ଏକ ନାମୀଦାମୀ ମିଠା ଦୋକାନରେ ସକାଳୁ ଚଢ଼ାଉ କରାଯାଇଛି। ବାସି ଖାଦ୍ୟ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି ନେଇ ଅଭିଯୋଗ ପରେ ଏହି ଯାଞ୍ଚ କରାଯାଇଛି। ମିଠା ବିକ୍ରି ସ୍ଥାନଠାରୁ ଆରମ୍ଭ କରି ରୋଷେଇ ଘର ପର୍ଯ୍ୟନ୍ତ ସବୁଠି ଯାଞ୍ଚ କରିଛନ୍ତି ଅଧିକାରୀ। ଚଢ଼ାଉ ସମୟରେ ମିଠା ପ୍ରସ୍ତୁତ ହେଉଥିବା ସ୍ଥାନର ଫ୍ଲୋରିଂ ଖରାପ ଥିବାରୁ ଦୋକାନୀଙ୍କୁ ୫ ହଜାର ଟଙ୍କା ଜରିମାନା କରାଯାଇଛି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରେଡ୍

କେବଳ କଳିଙ୍ଗ ଷ୍ଟାଡିୟମ ନିକଟରେ ନୁହେଁ, ରସୁଲଗଡ଼, ହଂସପାଳ, ପାତ୍ରପଡ଼ା, ୟୁନିଟ୍-୪ ଓ କଳିଙ୍ଗ ନଗର ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମିଠା ଦୋକାନ ଓ ଛେନା ବ୍ୟବସାୟୀଙ୍କ ଉପରେ ଚଢ଼ାଉ କରାଯାଇଛି।

ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ

ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନକୁ ପିପିଲି, ନିଆଳି ଓ ଅଡ଼ଶପୁର ଅଞ୍ଚଳରୁ ଛେନା ଓ ପନିର ଆସୁଥିବା ବେଳେ ଏଥିରେ ପାରଦ ମିଶାଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ଓ ଚଢ଼ାଉକୁ ଜୋରଦାର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ମଧ୍ୟ ରବୀନ୍ଦ୍ର ମଣ୍ଡପ ନିକଟରେ ଥିବା ଏକ ଛେନା ଦୋକାନରେ ରେଡ୍ କରାଯାଇଥିଲା। ସେଠାରୁ ପାଖାପାଖି ୭୦ କେଜି ଖାଦ୍ୟ ନଷ୍ଟ କରାଯାଇଥିଲା।

୭ ବ୍ୟବସାୟୀଙ୍କୁ ନୋଟିସ୍, ୧୦ ସ୍ଥାନରୁ ନମୁନା

ଏପର୍ଯ୍ୟନ୍ତ ୭ ଜଣ ବ୍ୟବସାୟୀଙ୍କୁ ନୋଟିସ୍ ଦିଆଯାଇଥିବା ବେଳେ ୧୦ଟି ସ୍ଥାନରୁ ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି।

କଟକରେ ବି ଚଢ଼ାଉ, ନଷ୍ଟ ହେଲା ୧୭ ଲକ୍ଷର ପନିର

କେବଳ ଭୁବନେଶ୍ୱର ନୁହେଁ, କଟକରେ ମଧ୍ୟ ସମାନ ଭାବେ ଚଢ଼ାଉ ଚାଲିଛି। ମାତ୍ର ୨ ଦିନ ମଧ୍ୟରେ ଚଢ଼ାଉ କରାଯାଇ ୧୭ ଲକ୍ଷରୁ ଅଧିକ ଟଙ୍କାର ପନିର ନଷ୍ଟ କରାଯାଇଛି। ସଂଗ୍ରହ କରାଯାଇଥିବା ନମୁନାର ପରୀକ୍ଷଣ ରିପୋର୍ଟ ଆସିବା ପରେ ଆଇନ ଅନୁଯାୟୀ ଦୋଷୀ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)