Kareena Kapoor Khan : ଅନ୍ତସତ୍ତ୍ବା ଥିବା ଗୁଜବକୁ ଖଣ୍ଡନ କଲେ କରିନା
"ମୁମ୍ବାଇ: ବଲିଉଡର 'ବେବୋ' କରିନା କପୁର ଖାନ୍ ବର୍ତ୍ତମାନ କୌଣସି ଫିଲ୍ମ ପାଇଁ ନୁହେଁ ବରଂ ଗଣମାଧ୍ୟମରେ ତୃତୀୟ ଗର୍ଭଧାରଣ ସମ୍ପର୍କିତ ଗୁଜବ ପାଇଁ ଚର୍ଚ୍ଚାରେ ଅଛନ୍ତି।
ନିକଟରେ କରିନାଙ୍କ ଏକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ଯେଉଁଥିରେ ସେ ଗର୍ଭବତୀ ଥିବା ଅନୁମାନ କରାଯାଉଛି।
ଏହାକୁ ନେଇ ଅନେକ ପ୍ରକାର ଗୁଜବ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଅଭିନେତ୍ରୀଙ୍କ ସୂତ୍ରରୁ ଏହି ରିପୋର୍ଟକୁ ଖଣ୍ଡନ କରାଯାଇଛି।Advertisment View this post on Instagram କରିନା କପୁରଙ୍କୁ ଶୁକ୍ରବାର ଏକ ଜିମ୍ ବାହାରେ ଦେଖିବାକୁ ମିଳିଥିଲା।
ଏହି ଭିଡିଓରେ କରିନାଙ୍କ ପେଟର ଆକୃତି ବେବି ବମ୍ପ ପରି ଦେଖାଯାଉଛି।
ଯାହାକୁ ଦେଖି ଦର୍ଶକ କରିନା ତୃତୀୟଥର ମା" ହେବାକୁ ଯାଉଛନ୍ତି ବୋଲି ଅନୁମାନ କରିଥିଲେ।
ଏନେଇ ବିଭିନ୍ନ ଲୋକ ବିଭନ୍ନ ପ୍ରକାର ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଇଥିଲା।
ଏଭଳି ଗୁଜବ ଖବର ପ୍ରସାରିତ ହେବା ଦେଖି କରିନାଙ୍କ ଟିମ ମୁହଁ ଖୋଲି ଏଭଳି ଖବରର କୌଣସି ପ୍ରକାର ସତ୍ୟତା ନଥିବା ବୋଲି ପ୍ରତିକ୍ରିୟା ଦେଇଛି।
କିଏ ଏହି ସୁନ୍ଦରୀ ମହିଳା କ୍ରିକେଟର?
ସେଲିବ୍ରେସନ୍ କରି ହେଲେ ଭାଇରାଲ… "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।


