01 AUGUST 2026

Welcome!

Unlock your personalized experience.
Sign Up

ମହାନଦୀରେ ନାହିଁ ବନ୍ୟା ଆଶଙ୍କା , ବୈତରଣୀ ସମେତ ଅନ୍ୟ ସବୁ ନଦୀରେ କମୁଛି ଜଳସ୍ତର

Aug 01, 2026 - 17:56
ମହାନଦୀରେ ନାହିଁ ବନ୍ୟା ଆଶଙ୍କା , ବୈତରଣୀ ସମେତ ଅନ୍ୟ ସବୁ ନଦୀରେ କମୁଛି ଜଳସ୍ତର

ଭୁବନେଶ୍ବର, ୮।୧ : ମହାନଦୀରେ ଆଉ ବନ୍ୟାର ଆଶଙ୍କା ନାହିଁ । ଦୁଇ ଦିନ ତଳେ ପିକ ଫ୍ଲଡ଼ ଥିଲା ହେଲେ ଆଜି ହୀରାକୁଦ ବନ୍ଧ ଏକ ବଡ଼ ବନ୍ୟାକୁ ରୋକିଲା ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି।

ହୀରାକୁଦରେ ବର୍ତ୍ତମାନ ୬୨୫ ଫୁଟ ପାଣି ଅଛି। ଉପରମୁଣ୍ଡରୁ ପାଣି ଫ୍ଲୋ କମିଛି | ଶୁକ୍ରବାର ୨ ଗେଟ ଖୋଲା ଥିଲା,ଦୁଇ ଦିନ ଯାଏଁ ଆଉ ଗେଟ ବନ୍ଦ ହେବନି। ଆସନ୍ତା ତିନି ତାରିଖରେ 618 ଫୁଟକୁ ଖସିବ ଜଳସ୍ତର।

ମୁଣ୍ଡଳୀରେ ଆଦୌ ବନ୍ୟା ନାହିଁ । ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଜଳବନ୍ଦୀ ପରିସ୍ଥିତି ଦେଖା ଯିବ | ବର୍ଷା ନ ହେବା ଯାଏଁ ମହାନଦୀକୁ ଆଉ ବନ୍ୟା ନାହିଁ। ଛତିଶଗଡ କଲମାର ଗେଟ ଖୋଲିଛି ହେଲେ ପାଣି କମୁଛି। ହୀରାକୁଦ ଜଳଭଣ୍ଡାରକୁ ତିନି ଦିନ ଭିତରେ SOP ଅନୁସାରେ ଖାଲି କରାଯାଇ, ଆଉ ଏକ ବନ୍ୟା ପାଇଁ ପ୍ରସ୍ତୁତ ରଖାଯିବ।

ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳସ୍ତର କମୁଛି । ସବୁ ବିପଦ ସଂକେତ ତଳକୁ ଆସିଲାଣି। ମୋଟ ୭ ଟି ଘାଇ ହୋଇଛି। SRC ଅର୍ଥ ଦେଲେ ଦୁଇ ଦିନ ପରେ ମରାମତି କାମ ଆରମ୍ଭ ହେବ । ଆସନ୍ତା ବର୍ଷା ପୂର୍ବରୁ ଅସ୍ଥାୟୀ ମରାମତି ଶେଷ ହେବ । ଅଧିକ ବର୍ଷା ହେବାରୁ ଘାଇ ସୃଷ୍ଟି ହୋଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

ଆହୁରି ପଢନ୍ତୁ : ଅଗଷ୍ଟ ୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ​​​​

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।