01 AUGUST 2026

Welcome!

Unlock your personalized experience.
Sign Up

ନିଜର ଭାଷା, ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ କରିବା ଆମର ମୁଖ୍ୟ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

Aug 01, 2026 - 16:52
ନିଜର ଭାଷା, ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ କରିବା ଆମର ମୁଖ୍ୟ ଦାୟିତ୍ୱ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ସମ୍ବଲପୁର : ପବିତ୍ର ‘ସମ୍ବଲପୁରୀ ଦିନ୍’ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶେଷ ଅବସରରେ ଭିଡିଓ ବାର୍ତ୍ତା ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ, ଆଜିକୁ ୧୪ ବର୍ଷ ପୂର୍ବେ ସମ୍ବଲପୁରୀ ଭାଷା ଓ ସାହିତ୍ୟର ମହାନ୍ ପୁରୋଧା ସ୍ୱର୍ଗତ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଜୟନ୍ତୀ ଅର୍ଥାତ୍ ଅଗଷ୍ଟ ୧ ତାରିଖକୁ 'ସମ୍ବଲପୁରୀ ଦିନ୍' ଭାବେ ପାଳନ କରିବାର ସୁନ୍ଦର ପରମ୍ପରା ଆରମ୍ଭ ହୋଇଥିଲା । ସମ୍ବଲପୁରର ବୁଦ୍ଧିଜୀବୀ, ନାଗରିକ ଏବଂ ବିଶେଷ କରି ଯୁବବନ୍ଧୁମାନେ ଏହି ଗୌରବମୟ ଦିବସକୁ ବହୁ ଉତ୍ସାହର ସହ ପାଳନ କରିଆସୁଛନ୍ତି ।

ଏହାସହ ସେ ପ୍ରକାଶ କରିଛନ୍ତି ଯେ, ଆମ ଓଡ଼ିଶାରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସଭ୍ୟତା, ଆହାର, ପରିଧାନ ଓ ବାନ୍ଧକଳାର ଏକ ଅନନ୍ୟ ଓ ସ୍ୱତନ୍ତ୍ର ପରିଚୟ ରହିଛି । ଗୋଟିଏ ସାଂସ୍କୃତିକ ସମ୍ପନ୍ନ ପ୍ରଦେଶରେ ନିଜର ଏହି ମହାନ ସଂସ୍କୃତି ଓ ସଭ୍ୟତାକୁ ମନେ ପକାଇବା ଏବଂ ଏହାର ସଂରକ୍ଷଣ କରିବା ଆମ ସମସ୍ତଙ୍କର ପ୍ରମୁଖ ଦାୟିତ୍ୱ । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଏକ ନୂତନ ଉଚ୍ଚତା ଓ ସ୍ତରକୁ ନେବା ପାଇଁ ଆଜୀବନ ନିରନ୍ତର ପ୍ରଚେଷ୍ଟା କରିଥିଲେ । ଏହି ଗୌରବମୟ ଦିବସରେ ଆମେ ସମସ୍ତେ ତାଙ୍କର ଏହି ମହାନ୍ ଯୋଗଦାନକୁ ଆଦରର ସହ ସ୍ମରଣ କରୁଛୁ । ଏହି ଦିନଟିକୁ ଆଡମ୍ବର ସହକାରେ ପାଳନ କରୁଥିବାରୁ ଶ୍ରୀ ପ୍ରଧାନ ପଶ୍ଚିମାଞ୍ଚଳ ଏକତା ମଞ୍ଚ, ସମ୍ବଲପୁରୀ ଏକତା ମଞ୍ଚ ସମେତ ଅନ୍ୟାନ୍ୟ ଅନୁଷ୍ଠାନକୁ ସାଧୁବାଦ ଜଣାଇଛନ୍ତି । ଭିଡିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ସୁସ୍ଥ ଜୀବନ କାମନା କରିଛନ୍ତି ।

ଏହାସହ ପଢ଼ନ୍ତୁ : Mahanadi dispute : ଦୀପାବଳି ସୁଦ୍ଧା ତୁଟିବ ମହାନଦୀ କଳି, ୧୦ ବର୍ଷର ବିବାଦରେ ପଡ଼ିବ ପୂର୍ଣ୍ଣଛେଦ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।