ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ
ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ ରାସ୍ତାରୋକୋ କରିଛନ୍ତି।ଜିଲାର କଲମପୁର ବ୍ଲକ ଅନ୍ତର୍ଗତ ବଡ଼କୂଟରୁ ସମବାୟ ସମିତିର ଚାଷୀମାନଙ୍କ ଧାନ ବିକ୍ରି ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅନିୟମିତତା, ମିଲର ଓ ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକା ଯୋଗୁ ଧାନ ଉଠୁ ନ ଥିବା ଅଭିଯୋଗରେ ସେମାନେ ଏହି ରାସ୍ତାରୋକୋ କରୁଛନ୍ତି।
ଚାଷୀମାନଙ୍କ ଅଭିଯୋଗ, ଗତ ମେ ମାସ ୨୦ ତାରିଖରୁ ମଣ୍ଡି ଖୋଲିବା ପରେ ସେମାନେ ନିଜ ଧାନକୁ ସମବାୟ ସମିତିକୁ ଆଣିଥିଲେ।ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଇନାହିଁ। ସମିତିରେ ଉପସ୍ଥିତ ଥିବା ମିଲର କିମ୍ବା ମିଲର ପ୍ରତିନିଧି ଏବଂ ସମବାୟ ସମିତିର ସମ୍ପାଦକ ଚାଷୀମାନଙ୍କ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି । ଚାଷୀମାନେ ବାରମ୍ବାର ସମ୍ପାଦକଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏହି ରାସ୍ତାରୋକୋ ଯୋଗୁ ରାସ୍ତାର ୨ ପାର୍ଶରେ ଶତାଧିକ ଯାନ ବାହାନ ଅଟକି ରହିଛି।
Dharitri – Odisha’s No.1 Odia Daily
The post ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।