ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

Jul 22, 2026 - 10:55
ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର: ହସ୍ପିଟାଲରରେ ହେଲେ ଭର୍ତ୍ତିି, ଆରୋଗ୍ୟ କାମନା କଲେ…

ପାଟଣା, ୨୨।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାଏକ ଗୁରୁତର ଅସୁସ୍ଥ ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ଜୁନ ୨୭ ତାରିଖରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ପରିବାରର ସାନ ପୁଅ ତଥା ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ କହିଛନ୍ତି। ୭୮ ବର୍ଷୀୟ କାହ୍ନୁଚରଣ ନାଏକ ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଦୀର୍ଘଦିନ ଧରି ପୀଡ଼ିତ ଥିଲେ। ନିକଟରେ ସେ ଘରେ ପଡିଯାଇ ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କ ସ୍ବାସ୍ଥ୍ୟରେ ଅବନତି ନ ଘଟିବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇ ଉନ୍ନତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କାହ୍ନୁଚରଣ ନାଏକ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳ ପକ୍ଷରୁ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ଜନପ୍ରତିନିଧିତ୍ୱ କରିଥିଲେ। ଜଣେ ସରଳ ଲୋକପ୍ରିୟ ନେତା ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ। ସେ ପୂର୍ବତନ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ପିତା ଅଟନ୍ତି। କାହ୍ନୁଚରଣ ନାଏକଙ୍କ ଶୀଘ୍ର ଆରୋଗ୍ୟ କାମନାକୁ ନେଇ ବିଭିନ୍ନ ରାଜନୈତିକ ନେତା, ସମର୍ଥକ ଓ ଶୁଭେଚ୍ଛୁମାନେ ପ୍ରାର୍ଥନା କରିଛନ୍ତି।

 

Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।