ଭୋଜି ଖାଇ ଫେରୁଥିଲେ,ଗଛରେ ପିଟିହେଲା କାର୍: ଆଉ ତା’ପରେ ଘଟିଲା…
ଭଞ୍ଜନଗର,୬।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ଷଡ଼ଙ୍ଗୀପଲ୍ଲୀ ନିକଟରେ ସୋମବାର ଏକ ମାରୁତି କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡିରେ ବସିଥିବା ଡ୍ରାଇଭର ସମେତ ୪ ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି। ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଫୁଲବାଣୀର ବ୍ୟବସାୟୀ ବିଭୂତି ପଣ୍ତା ଏବଂ ତାଙ୍କ ପରିବାର ଲୋକେ ଗତକାଲି ବ୍ରହ୍ମପୁର ଭୋଜି ଖାଇବାକୁ ଯାଇଥିଲେ। ଆଜି ସକାଳେ ସେମାନେ ଫୁଲବାଣୀ କାର ଯୋଗେ ଫେରୁଥିଲେ। ଷଡ଼ଙ୍ଗୀପଲ୍ଲୀ ନିକଟରେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତା କଡ଼ର ଏକ ଗଛକୁ କାର୍ ଧକ୍କା ହୋଇଥିଲା। ଫଳରେ ଗାଡ଼ିରେ ଥିବା ସମସ୍ତେ ଆହତ ହୋଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।