Pune Murder Case: ପୁଣେ କେତନ ହତ୍ୟାକାଣ୍ଡରେ ବଡ଼ ଟ୍ୱିଷ୍ଟ; ଜେଲ୍ ଭୟରେ ପ୍ରେମୀଙ୍କ ମଧ୍ୟରେ 'ବ୍ଲେମ୍ ଗେମ୍', ନିଜକୁ ବଞ୍ଚାଇବାକୁ ରଣନୀତି  

Jun 26, 2026 - 15:29
Pune Murder Case: ପୁଣେ କେତନ ହତ୍ୟାକାଣ୍ଡରେ ବଡ଼ ଟ୍ୱିଷ୍ଟ; ଜେଲ୍ ଭୟରେ ପ୍ରେମୀଙ୍କ ମଧ୍ୟରେ 'ବ୍ଲେମ୍ ଗେମ୍', ନିଜକୁ ବଞ୍ଚାଇବାକୁ ରଣନୀତି  

ପୁଣେ, ୨୬।୬: ପୁଣେର ବହୁଚର୍ଚ୍ଚିତ କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ଏବେ ଏକ ବଡ଼ ଟ୍ୱିଷ୍ଟ ଆସିଛି । ପୁଲିସ ହେପାଜତ ଶେଷ ହେବା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କ ମଧ୍ୟରେ 'ବ୍ଲେମ୍ ଗେମ୍' ଅର୍ଥାତ୍ ଦୋଷ ଲଦାଲଦି ଆରମ୍ଭ ହୋଇଛି । ଆଇନର ଶିକାରୁ ବଞ୍ଚିବା ପାଇଁ ଦୁହେଁ ଏବେ ପରସ୍ପରକୁ ମୁଖ୍ୟ ଦୋଷୀ ବୋଲି କହୁଛନ୍ତି । ଅନ୍ୟପଟେ, ଆସନ୍ତା ଜୁନ୍ ୨୯ ତାରିଖ ପୂର୍ବରୁ ପୋଲିସ ସମ୍ମୁଖରେ ଏହି ଦୁଇଜଣଙ୍କୁ ସମାନ ଭାବେ ଦୋଷୀ ପ୍ରମାଣିତ କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ତଦନ୍ତକାରୀ ଦଳର ସୂତ୍ର ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ସ୍ୱୀକାର କରିଛି ଯେ ସେ ଚେତନ ଚୌଧୁରୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲା । ସେ କେତନ ଅଗ୍ରୱାଲଙ୍କ ସହ ବିବାହକୁ ଯେକୌଣସି ପରିସ୍ଥିତିରେ ଭାଙ୍ଗିବାକୁ ଚାହୁଁଥିଲା ।

ସେ କେତନଙ୍କୁ ବିବାହ ପାଇଁ ସଫା ସଫା ମନା କରିଦେଇଥିଲା, କିନ୍ତୁ କେତନ ବିବାହ ଭାଙ୍ଗିବାକୁ ପ୍ରସ୍ତୁତ ନଥିଲା ବୋଲି ସିୟା ଦାବି ଦାବି କରିଛି । କେତନର ପରିବାର ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିବାରୁ, ସେମାନେ ଲୁଚି ପଳାଇଲେ ମଧ୍ୟ ଏହି ବିବାହରୁ ବଞ୍ଚିପାରିବେ ନାହିଁ ବୋଲି କେତନ ଧମକ ଦେଇଥିଲା । ଶେଷରେ ବିବାହ ଭାଙ୍ଗିବାର ଅନ୍ୟ କୌଣସି ଉପାୟ ନପାଇ ଦୁହେଁ ମିଶି କେତନକୁ ରାସ୍ତାରୁ ହଟାଇବା ପାଇଁ ହତ୍ୟାର ଏହି ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲେ ।

ଏହା ବି ପଢ଼ନ୍ତୁ... ​​​​​​​Ketan Murder Case: "ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ସେହି ଦୁର୍ଗରୁ ତଳକୁ ଫିଙ୍ଗିଦିଅ"; ହତ୍ୟାକାଣ୍ଡକୁ ନେଇ ଏଭଳି ବୟାନ ଦେଲେ ସିୟାର ବାପା

ଜେରା ବେଳେ ସିୟା ଏବଂ ଚେତନ ମୁହାଁମୁହିଁ:

ପୁଲିସ ରିମାଣ୍ଡ ସମୟରେ ଏବେ ଦୁଇ ଅଭିଯୁକ୍ତ ପରସ୍ପର ବିରୋଧୀ ବୟାନ ଦେଉଛନ୍ତି । ପୁଲିସ ଏହାକୁ ସେମାନଙ୍କର ଏକ ସୁଚିନ୍ତିତ ଆଇନଗତ ରଣନୀତି ବୋଲି ମନେ କରୁଛି । ଜୁନ୍ ୧୪ ତାରିଖରେ ଯେତେବେଳେ କେତନକୁ ହତ୍ୟା କରିବାର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା, ସେତେବେଳେ ଚେତନ ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଥିଲା ଏବଂ ତା' ସାମ୍ନାରେ କାନ୍ଦିବାକୁ ଲାଗିଥିଲା । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ଏବେ ଦୁହେଁ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ପରସ୍ପରକୁ ବୋଲି କହୁଛନ୍ତି । ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଦୁଇ ଅଭିଯୁକ୍ତ କୋର୍ଟରେ ଗୁରୁତର ଆରୋପରୁ ବଞ୍ଚିବା ପାଇଁ ଏଭଳି କରୁଛନ୍ତି । ପୁଲିସ ପାଖରେ ସମୟ ବହୁତ କମ୍ ଅଛି । ତେଣୁ କେବଳ ବୟାନ ଉପରେ ନିର୍ଭର ନକରି ପୁଲିସ ଡିଜିଟାଲ ଓ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରୁଛି, ଯେପରିକି କୋର୍ଟରେ ପ୍ରମାଣିତ କରାଯାଇପାରିବ ଯେ ଦୁହେଁ ସମାନ ଭାବେ ଏହି ଅପରାଧରେ ସାମିଲ ଥିଲେ ।