ଭିଜିଲାନ୍ସ ଜାଲରେ ମହିଳା ଏଏସଆଇ

ଅନୁଗୁଳ : ଭିଜିଲାନ୍ସ ଜାଲରେ ଅନୁଗୁଳ ଜରପଡ଼ା ଥାନା ASI ସୀତା ନାୟକ । ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୀତା ନାୟକ । ଏକ ମାମଲାର ଚୂଡାନ୍ତ ରିପୋର୍ଟ ଦେବା ପାଇଁ ଅଭିଯୋଗକାରୀ ବିମଳବେଡ଼ାର ଲକ୍ଷ୍ମୀଧର ସାହୁଙ୍କ ଠାରୁ ନେଉଥିଲେ ଲାଞ୍ଚ । ଏକ ମାମଲାରେ ଶ୍ରୀମତୀ ନାୟକ ତଦନ୍ତକାରୀ ଅଧିକାରୀ ଥିଲେ। କିନ୍ତୁ, ଅଭିଯୋଗକାରୀ ଏବଂ ତାଙ୍କ ପ୍ରତିପକ୍ଷଙ୍କ ଆପୋଷ ରିପୋର୍ଟ ପରେ ମାମଲାର ସମାଧାନ ପାଇଁ ଅଭିଯୋଗ କାରୀଙ୍କ ଠାରୁ ଏଏସଆଇ ନାୟକ ନାୟକ ୧୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ ।
ଲାଞ୍ଚ ନେବା ଅଭିଯୋଗରେ ASI ସୀତା ନାୟକଙ୍କର ୩ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଢେଙ୍କାନାଳ ଭୁବନ ବ୍ଲକ ଅଧୀନସ୍ଥ ଅଁଳାପାଳ ଗାଁରେ ଥିବା ଶାଶୁଘର, ଜରପଡାସ୍ଥିତ ଭଡ଼ାଘର, ଥାନା କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି । ଚଢ଼ାଉରେ ଅନୁଗୁଳ ଭିଜିଲାନ୍ସ ଟିମ୍ ସହ ଢେଙ୍କାନାଳ ଓ କଟକ ଟିମ୍ ସାମିଲ ଅଛନ୍ତି । ସୀତାଙ୍କୁ ଅନୁଗୁଳସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ସୀତା ନାୟକଙ୍କୁ ଅଣାଯାଇ ଅଧିକ ପଚରାଉଚରା କରାଯାଉଛି । ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।