ଭାରତୀୟ ଟିମର ନୂଆ ଟି-୨୦ ସିରିଜର ଖୁବଶୀଘ୍ର ହୋଇପାରେ ଘୋଷଣା, ଏହି ପଡ଼ୋଶୀ ଦେଶ ସହ ହେବ ଟକ୍କର
ନୂଆଦିଲ୍ଲୀ,୨୩/୭ : ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବରରେ ଟି-୨୦ ସିରିଜ ଖେଳାଯାଇପାରେ । ସୂଚନା ଅନୁସାରେ ୧୩ସେପ୍ଟେମ୍ବର, ୧୫ସେପ୍ଟେମ୍ବର ଏବଂ ୧୭ସେପ୍ଟେମ୍ବରରେ ଏହା ଖେଳାଯାଇପାରେ । କିନ୍ତୁ ଏବେ ପର୍ଯ୍ୟନ୍ତ ଭେନ୍ୟୁକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ବିସିସିଆଇ କିମ୍ବା ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ ଏବେ ପର୍ଯ୍ୟନ୍ତ ଏହି ସିରିଜର ସୂଚନା ଦେଇନାହାନ୍ତି ।
ଆଗାମୀ କିଛି ମାସରେ ଭାରତୀୟ ଟିମକୁ ୩ ଫର୍ମାଟରେ ବହୁ ମ୍ୟାଚ୍ ଖେଳିବାରେ ଅଛି। ଏବେ ଟି-୨୦ ଟିମ୍ ଜିମ୍ବାଓ୍ବେ ଗସ୍ତରେ ଅଛି । ଯାହାପରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଏବଂ ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଓ୍ବାନଡେ ଏବଂ ଟି-୨୦ ସିରିଜ ବି ଖେଳାଯିବାକୁ ଅଛି । ଏହା ମଧ୍ୟରେ ସେପ୍ଟେମ୍ବର ମାସ ଶେଷ ଏବଂ ଅକ୍ଟୋବର ଆରମ୍ଭ ସପ୍ତାହରେ ଏସିଆନ ଗେମ୍ସ ବି ଖେଳାଯିବ ।
ପ୍ରକାଶ ଯେ, ଭାରତ ବନାମ ଆଫଗାନିସ୍ତାନ ଟି-୨୦ ସିରିଜର ଆୟୋଜନ ଏସିଆନ ଗେମ୍ସ ପୂର୍ବରୁ ଏବଂ ଶ୍ରୀଲଙ୍କା ସିରିଜର ଶେଷ ହେବା ପରେ ହୋଇପାରେ । ଏହା ଆଫଗାନିସ୍ତାନ ଲାଗି ହୋମ ସିରିଜ ହେବ ବୋଲି ଜଣାପଡ଼ିଛି । ମାତ୍ର ଉଭୟ ଟିମର ମ୍ୟାଚ୍ ଭାରତରେ ଖେଳାଯିବ । ଆଫଗାନ ଟିମ୍ ନିୟମିତ ରୂପରେ ନିଜ ଘରୋଇ ମ୍ୟାଚ୍ ଭାରତରେ ଖେଳି ଆସିଛି ଏବଂ ଲକ୍ଷ୍ନୌ ଦେହରାଡୁନ ଏବଂ ଗ୍ରେଟର ନୋଏଡ଼ା ଏହାର ହୋମଗ୍ରାଉଣ୍ଡ ରହି ଆସିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।