ଭାଜପା ପାର୍ଟି ଅଫିସର କୋର୍ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା
ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଗୁରୁମନ୍ତ୍ର ଦେଇଥିଲେ। ଏ ନେଇ ଭାଜପା ବରିଷ୍ଠ ନେତା ବସନ୍ତ ପଣ୍ଡା କହିଛନ୍ତି, ଭାଜପାରେ ଗୁପ୍ତ କିଛି ନାହିଁ, ସଦାସର୍ବଦା ଚଳଚଞ୍ଚଳ। ସୁ ସାଶନ କଲ୍ୟାଣ କାର୍ଯ୍ୟରେ ଲାଗିପଡ଼, ସଙ୍ଗଠନ ସୁଦୃଢ଼ କର, ମା ଭାଉଣୀର ସେବାକର, ଯୁବକମାନେ କେମିତି ଆଗେଇ ଚାଲିବେ ସମୃଦ୍ଧି ପଥରେ ,ଓଡ଼ିଶାକୁ ସମୃଦ୍ଧକର। ପୁଅ ଷ୍ଟ୍ରଙ୍ଗ ହେଲେ ପରିବାର ଷ୍ଟ୍ରଙ୍ଗ ହେବ। ଝିଅ ଭଲଘରେ ବାହା ହେଲେ ପରିବାରକୁ ଆନନ୍ଦ ମିଳିବ। ସମସ୍ତ ବିଷୟରେ ଆଲେଚନା ହେଲା। ଆଗାମୀ ଦିନରେ ଭଲ ବିଜୟ ହେବ।
Dharitri – Odisha’s No.1 Odia Daily
The post ଭାଜପା ପାର୍ଟି ଅଫିସର କୋର୍ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।