ବ୍ରହ୍ମପୁରରେ ନକଲି ଖାଦ୍ୟ କାରଖାନା ଉପରେ ଚଢାଉ

Oct 05, 2026 - 19:58
ବ୍ରହ୍ମପୁରରେ ନକଲି ଖାଦ୍ୟ କାରଖାନା ଉପରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ସହରର ବଡ଼ବଜାର ଥାନା ପୋଲିସ ଏକ ବଡ଼ ଧରଣର ଚଢାଉ କରିଛି। ଏହି ଚଢାଉ ମାଧ୍ୟମରେ ନକଲି ଘିଅ, ନକଲି ଟମାଟ ସସ୍, ଚିଲି ସସ୍, ଭିନେଗାର, ଓ ତେଲ ତିଆରି ହେଉଥିବା କାରଖାନାକୁ ଠାବ କରାଯାଇଛି। ଦୀର୍ଘ ଦିନ ଧରି ବଡ଼ବଜାର ଅଞ୍ଚଳରେ ବେଆଇନ ଭାବେ ଏହିସବୁ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ନେଇ ଖବର ପାଇବା ପରେ ବଡ଼ବଜାର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ତେବେ ଏହି ଚଢାଉ ସମୟରେ ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ଥିଲେ। ଏଥିସହିତ ଟାଉନ୍ ଏସଡିପିଓ, ବଡ଼ବଜାର ଥାନା ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଏହି ମିଳିତ ଅପରେସନରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ।

ଅନ୍ୟପଟେ ବଡ଼ବଜାର ଥାନା ଅଞ୍ଚଳରେ ବାରମ୍ବାର ନକଲି ଓ ସ୍ୱାସ୍ଥ୍ୟହାନିକାରକ ଖାଦ୍ୟ ତିଆରି କରାଯାଇ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ ହେଉଛି। ଖାଦ୍ୟ ସୁରକ୍ଷା ବିଭାଗ ସବୁ ଜାଣି ମଧ୍ୟ ଅଜଣା ରହିବାର ଅଭିନୟ କରୁଥିବା ଏବଂ ମୋଟା ଅଙ୍କର ଅର୍ଥ ନେଇ ଅସାଧୁ ବ୍ୟବସାୟୀମାନଙ୍କୁ ପ୍ରଶ୍ରୟ ଦେଉଥିବା ଚର୍ଚ୍ଚା ହେଉଛି। ଫଳରେ ସାଧାରଣ ଲୋକେ ଏହିସବୁ ଭେଜାଲ ଖାଦ୍ୟ ଖାଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)