30 JUNE 2026

Welcome!

Unlock your personalized experience.
Sign Up

ବାଲିପାଟଣାରେ ଲଜ୍ଜା: ନାବାଳିକାଙ୍କୁ ୬୨ ବର୍ଷର ବୃଦ୍ଧ ଗର୍ଭବତୀ କରିଥିବା ଅଭିଯୋଗ, ପୀଡ଼ିତା ଏଡ୍‌ସ ଆକ୍ରାନ୍ତ ଥିବା ନେଇ ପୁଲିସର ତନାଘନା

Jun 30, 2026 - 14:14
ବାଲିପାଟଣାରେ ଲଜ୍ଜା: ନାବାଳିକାଙ୍କୁ ୬୨ ବର୍ଷର ବୃଦ୍ଧ ଗର୍ଭବତୀ କରିଥିବା ଅଭିଯୋଗ, ପୀଡ଼ିତା ଏଡ୍‌ସ ଆକ୍ରାନ୍ତ ଥିବା ନେଇ ପୁଲିସର ତନାଘନା

ଧଉଳି,୩୦/୦୬: ବାଲିପାଟଣା ଥାନା ଅଞ୍ଚଳରେ  ଏକ ଜଘନ୍ୟ ଓ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି ।  ଜଣେ ନାବାଳିକାଙ୍କୁ ତାଙ୍କ ସମ୍ପର୍କୀୟ ପିଉସା ବାରମ୍ବାର ଦୁଷ୍କର୍ମ କରିଛନ୍ତି । ଫଳରେ ୧୨ ବର୍ଷର ନାବାଳିକା ଜଣକ ଏବେ ଗର୍ଭବତୀ । ପରିବାର ଲୋକେ ଏଭଳି  ଘଟଣା ଜାଣିବା ପରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ  ହୋଇଛନ୍ତି । ସବୁଠାରୁ ସଙ୍ଗୀନ ବିଷୟ ହେଉଛି  ଅଭିଯୁକ୍ତ ସମ୍ପର୍କୀୟ ପିଉସାର ବୟସ ୬୨ ବର୍ଷ । ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।   ନାବାଳିକାଙ୍କ ବାପା ଏନେଇ ବାଲିପାଟଣା  ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  

ଅଧିକ ପଢ଼ନ୍ତୁ :-  କୋଳଥିଆ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ପ୍ରେମ ପାଇଁ ବାପ-ପୁଅକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ, ମେଡିକାଲରେ ସଂଘର୍ଷ କରୁଛି ଝିଅ

ଅଭିଯୋଗ ଅନୁସାରେ ସମ୍ପର୍କୀୟ ପିଉସା ଶ୍ୱଶୁର  ଘରକୁ ଆସିଥିବା ବେଳେ ନାବାଳିକାଙ୍କୁ ଏକାକୀ ପାଇ ଧମକଚମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲେ । ଏହି ଘଟଣାର କିଛି ଦିନ ପରେ ନାବାଳିକାଙ୍କ ଅତ୍ୟଧିକ ରକ୍ତସ୍ରାବ ହେବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ । ନାବାଳିକାଙ୍କୁ ପ୍ରଥମେ ଅଠାନ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡାକ୍ତରୀ ପରୀକ୍ଷା ପରେ ନାବାଳିକା ଜଣଙ୍କ ଅନ୍ତସତ୍ତ୍ୱା ଥିବା  ଜଣାପଡ଼ିଥିଲା । ତେବେ କେତେକ ଲକ୍ଷଣ ଅନୁସାରେ  ସେ ଏଚ୍‌ଆଇଭି ପଜିଟିଭ ଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏହା ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଡାକ୍ତରଖାନାରେ ଏନେଇ କୌଣସି  ସୂଚନା ଦିଆଯାଇନାହିଁ । ବାଲିପାଟଣା ଥାନା ପୁଲିସ ଏହି  ପ୍ରସଙ୍ଗରେ ବି ମୁହଁ ଖୋଲୁନାହିଁ । ତେବେ ଏହି ଘଟଣାକୁ  ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।