ବିଲରେ ଧାନ ତଳି ରୋଉଥିଲେ, ବଜ୍ରପାତରେ ଚାଲିଗଲା ଜୀବନ
ଆନନ୍ଦପୁର, ୩।୮ - ଆନନ୍ଦପୁର ଉପକଣ୍ଡ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଖଲଣା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁଯାୟୀ, ଦୁଇ ଜଣ ଚାଷୀ ବିଲରେ ଧାନତଳି ରୋଉଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ରମାକାନ୍ତ ବେହେରାଙ୍କ ମୃତ୍ଯୁ ଘଟିଥିବା ବେଳେ ଭଗବାନ ରାଉତ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକମାନେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ରମାକାନ୍ତ ବେହେରାଙ୍କୁ ମୃତ ଘୋଷଣା କରିଥିବାବେଳେ ଭଗବାନ ଭୈରାଙ୍କ ଚିକିତ୍ସା ଚାଲିଛି। ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ଆହୁରି ପଢନ୍ତୁ : ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ରସାଳପୁର ଶାଖାରୁ ଡକାୟତି ଘଟଣା : ୩ ଗିରଫ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।