03 AUGUST 2026

Welcome!

Unlock your personalized experience.
Sign Up

Powerbank blast : ବର୍ଷା ଦିନେ କାହିଁକି ବ୍ଲାଷ୍ଟ ହୁଏ ପାୱାର ବ୍ୟାଙ୍କ ? ଜାଣନ୍ତୁ କାରଣ ଓ ନିରାକରଣ...

Aug 03, 2026 - 14:25
Powerbank blast : ବର୍ଷା ଦିନେ କାହିଁକି ବ୍ଲାଷ୍ଟ ହୁଏ ପାୱାର ବ୍ୟାଙ୍କ ? ଜାଣନ୍ତୁ କାରଣ ଓ ନିରାକରଣ...

ଭୁବନେଶ୍ଵର, ୩/୮ : ପାୱାର କଟ୍ ହେଉକି ଲମ୍ଵା ଯାତ୍ରା... ମୋବାଇଲ୍ ଚାର୍ଜ ପାଇଁ ପାୱାର ବ୍ୟାଙ୍କ ଏକମାତ୍ର ସାହାରା। ଡିଜିଟାଲ୍ ଯୁଗରେ ସ୍ମାର୍ଟ ଫୋନ୍ ସହ ପାୱାର ବ୍ୟାଙ୍କ ବ୍ୟବହାର ଏବେ ଜୀବନଶୈଳୀ ସହ ଯୋଡ଼ି ହୋଇଗଲାଣି। ହେଲେ ଆପଣ ଜାଣିଛନ୍ତି କି ? ବର୍ଷା ଦିନେ ପାୱାର ବ୍ୟାଙ୍କ ଫାଟିବାର ସମ୍ଭାବନା ସବୁଠୁ ଅଧିକ। ପାଣିପାଗର ସାମାନ୍ୟ ପ୍ରଭାବ ଏହି ଡିଭାଇସ୍‌ କୁ ଏକ ବମ୍ ରେ ପରିଣତ କରିଦେବ। ତେବେ ଜାଣନ୍ତୁ ପାୱାର ବ୍ୟାଙ୍କ ବ୍ଲାଷ୍ଟରୁ କେମିତି ବର୍ତ୍ତିବେ ? 

ବାୟୁମଣ୍ଡଳରେ ଆର୍ଦ୍ରତା ଏବଂ ସର୍ଟ ସର୍କିଟ୍ ସବୁଠୁ ବଡ଼ କାରଣ

ବର୍ଷା ଦିନେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଥାଏ। ଏହି ଆର୍ଦ୍ରତା ପାୱାର ବ୍ୟାଙ୍କର ଆଭ୍ୟନ୍ତରୀଣ ସର୍କିଟକୁ ପହଞ୍ଚିଯାଏ। ଯେତେବେଳେ ଆପଣ ଏହାକୁ ଚାର୍ଜ କରନ୍ତି ଏହି ଆର୍ଦ୍ରତା ଭିତରର ତାରଗୁଡ଼ିକୁ ପରସ୍ପର ସହ ଯୋଡ଼ିଦିଏ। ଏହାଦ୍ଵାରା ସର୍ଟ ସର୍କିଟ ହୁଏ ଏବଂ ବ୍ୟାଟେରୀରେ ଭୟଙ୍କର ବିସ୍ଫୋରଣ ହୋଇପାରେ।

ଓଭର ହିଟିଂ ସମସ୍ୟା

ଅଧିକାଂଶ ପାୱାର ବ୍ୟାଙ୍କରେ ଲିଥିୟମ-ଆୟନ ବ୍ୟାଟେରୀର ବ୍ୟବହାର ହୁଏ। ଯାହାକି କେମିକାଲ୍ ଦ୍ଵାରା ତିଆରି ହୋଇଥାଏ। ବର୍ଷା ପାଗରେ, ଯେତେବେଳେ ରୁମର ତାପମାତ୍ରା ବୃଦ୍ଧି ପାଏ ଏବଂ ବାୟୁଚଳନ କମ୍ ଥାଏ, ଚାର୍ଜିଂ ସମୟରେ ବ୍ୟାଟେରୀ ବହୁତ ଗରମ ହୋଇଯାଏ। ଅଧିକ ଗରମ ହେବା ଯୋଗୁଁ ବ୍ୟାଟେରୀ ଫୁଲିଯାଏ ଏବଂ ପରେ ଫାଟିଯାଏ। ଏଥିପାଇଁ ପାୱାର ବ୍ୟାଙ୍କକୁ ଓଭର ହିଟ୍ ହେବାକୁ ଦିଅନ୍ତୁ ନାହିଁ। 

ଲୋକାଲ୍ ଚାର୍ଜର ଏବଂ ଡୁପ୍ଲିକେଟ୍ କେବୁଲର ବ୍ୟବହାର

କିଛି ଲୋକ ଟଙ୍କା ବଞ୍ଚାଇବା ଚକ୍କରରେ ଜୀବନକୁ ପାଣି ଛଡେଇ ଦିଅନ୍ତି। କମ୍ ଟଙ୍କାରେ ଲୋକାଲ୍ ପାୱାର ବ୍ୟାଙ୍କ ଏବଂ କେବୁଲ୍ କିଣି ଆଣନ୍ତି। ଏହି ଶସ୍ତା ପାୱାର ବ୍ୟାଙ୍କରେ ଓଭର ଚାର୍ଜ ପ୍ରୋଟେକ୍ସନ ଚିପ୍ ନଥାଏ। ବର୍ଷାରେ ଯେତେବେଳେ ଭୋଲ୍ଟେଜ୍ ଅପ୍ ଡାଉନ୍ ହୁଏ ଲୋକାଲ୍ ଡିଭାଇସ୍ ଏହି ଝଟକାକୁ ବରଦାସ୍ତ କରିପାରେ ନାହିଁ। ତୁରନ୍ତ ଏହା ବ୍ଲାଷ୍ଟ ହୋଇଯାଏ। 

ପାୱାର ବ୍ୟାଙ୍କକୁ ସୁରକ୍ଷିତ ରଖିବା ଉପାୟ
ପାୱାର ବ୍ୟାଙ୍କକୁ ସର୍ବଦା ଶୁଖିଲା ସ୍ଥାନରେ ରଖନ୍ତୁ। ଓଦା ହାତରେ ଧରନ୍ତୁନି। ରାତି ସାରା ଚାର୍ଜ କରନ୍ତୁ ନାହିଁ। ଚାର୍ଜ କରିବା ବେଳେ ଏହା ଉପରେ କୌଣସି କପଡ଼ା କିମ୍ଵା ତକିଆ ରଖନ୍ତୁ ନାହିଁ। ସବୁବେଳେ ବ୍ରାଣ୍ଡେଡ୍ ଏବଂ ବିଆଇଏସ୍ ପ୍ରମାଣିତ ପାୱାର ବ୍ୟାଙ୍କ ବ୍ୟବହାର କରନ୍ତୁ। 

ଆହୁରି ପଢନ୍ତୁ- Shravan Somvar Puja : ଶ୍ରାବଣର ପ୍ରଥମ ସୋମବାର,ଗ୍ରହ ଶାନ୍ତି ଲାଗି କିପରି କରିବେ ଜଳାଭିଷେକ ?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।