ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

Jul 27, 2026 - 16:06
ବିରୋଧୀଙ୍କ ୫ ରଣନୀତି: BJPକୁ ୨୦୨୯ ପର୍ଯ୍ୟନ୍ତ ଚାପରେ ରଖିବାକୁ ରଚୁଛନ୍ତି ଚକ୍ରବ୍ୟୂହ! ପରଦା ପଛରେ ଚାଲିଛି…

ନୂଆଦିଲ୍ଲୀ, ୨୭॥୭: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ଦଳଗୁଡ଼ିକ NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ପ୍ରସଙ୍ଗରେ ନରେନ୍ଦ୍ର ମୋଦି ସରକାରଙ୍କୁ ରାଜନୈତିକ ଭାବେ ଘେରିବାକୁ ପ୍ରସ୍ତୁତି ଚଳାଇଥିବା କୁହାଯାଉଛି। ଜନ୍ତର-ମନ୍ତରରେ ପ୍ରଦର୍ଶନ ଏବଂ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରଙ୍କ ମନୋବଳ ଉପରେ ପ୍ରଭାବ ପଡ଼ିଥିବା କଥା କୁହାଯାଉଛି। ସଂସଦରେ ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଲଗାତାର ଘେରୁଛନ୍ତି।

ତେବେ, ଏହି ଘଟଣାକୁ ନେଇ କିଛି ରାଜନୈତିକ ବିଶ୍ଳେଷଣରେ ଦାବି କରାଯାଉଛି ଯେ, ଏହା ପଛରେ ଆହୁରି ବଡ଼ ରାଜନୈତିକ ରଣନୀତି ରହିପାରେ। ସେହି ମତାନୁସାରେ, ୨୦୨୭ର ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଏବଂ ୨୦୨୯ର ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ରାଜନୈତିକ କୌଶଳ ଆପଣାଯାଉଛି, ଯାହାଦ୍ୱାରା ଭାଜପା ଏହି ପ୍ରସଙ୍ଗଗୁଡ଼ିକରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟସ୍ତ ରହୁ କିମ୍ବା ଚାପରେ ରହୁ।

NEET ପ୍ରଶ୍ନପତ୍ର ଲିକ୍‌-୨୦୨୬ ବିରୋଧରେ କକରୋଚ ଜନତା ପାର୍ଟି (CJP)ର ଆନ୍ଦୋଳନ ବିରୋଧୀ ଦଳମାନଙ୍କୁ ବଡ଼ ରାଜନୈତିକ ଶକ୍ତି ଯୋଗାଇଥିବା କୁହାଯାଉଛି। ବାସ୍ତବରେ, ଏହା ପୂର୍ବରୁ ସରକାର ବିରୋଧରେ ବିରୋଧୀ ଦଳମାନେ ଯେଉଁ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରୁଥିଲେ, ତାହା ସାଧାରଣ ସେତେଟା ପ୍ରଭାବ ପକାଇପାରୁ ନଥିଲା। କିନ୍ତୁ ଏହି ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଜେନ-ଜି (Gen Z) ଯୁବପିଢ଼ି ସାମିଲ ହୋଇଥିଲେ। ଏପରିକି ଆନ୍ଦୋଳନ ଆରମ୍ଭ ହେବାର କିଛି ଦିନ ପରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟ ଏହି ପ୍ରସଙ୍ଗକୁ ରାଜନୈତିକ ଭାବେ ଉଠାଇବାର ସୁଯୋଗକୁ ହାତଛଡ଼ା କରିନଥିଲେ।

ଏକପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପ୍ରଦର୍ଶନକାରୀଙ୍କ ସହ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ବାହାରେ ପହଞ୍ଚିଥିଲେ। ସେହିପରି ମମତା ବାନାର୍ଜୀ ମଧ୍ୟ ପୂର୍ବରୁ ଭାଜପାକୁ ଟକ୍କର ଦେବା ପାଇଁ ଇଣ୍ଡିଆ ବ୍ଲକ୍‌ର ସମସ୍ତ ଦଳ ଏକଜୁଟ୍‌ ରହିବାକୁ ବାରମ୍ବାର ଆହୱାନ କରିଆସୁଛନ୍ତି।

ବିରୋଧୀଙ୍କ ୫ଟି ପ୍ରମୁଖ ରଣନୀତି କ’ଣ? ଜାଣନ୍ତୁ…

୧. ବେରୋଜଗାରୀ, ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କୁ ଘେରିବା-
ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ଦେଶରେ ବଢ଼ୁଥିବା ବେରୋଜଗାରୀ, ପ୍ରଶ୍ନପତ୍ର ଲିକ ଓ ନିଯୁକ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ଲଗାତାର ଚାପରେ ରଖିବା ଏବଂ ଏହି ଦାବିକୁ ନେଇ ଆକ୍ରମଣ ଜାରି ରଖିବା ବିରୋଧୀଙ୍କ ପ୍ରମୁଖ ରଣନୀତି ବୋଲି କୁହାଯାଉଛି। ଏହି ସବୁ ପ୍ରସଙ୍ଗ ସିଧାସଳଖ ଭାବେ ଯୁବବର୍ଗ ସହ ଜଡ଼ିତ ଥିବାରୁ, ନିକଟରେ ହୋଇଥିବା ଯୁବ ଆନ୍ଦୋଳନ ବିରୋଧୀଙ୍କୁ ରାଜନୈତିକ ଭାବେ ଲାଭ ଦେଇଥିବା ଦାବି କରାଯାଉଛି।

୨. ବୈଦେଶିକ ନୀତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିବା- ବିରୋଧୀ ଦଳ ଲଗାତାର ମୋଦି ସରକାରଙ୍କ ବୈଦେଶିକ ନୀତିକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଦଳ ଚାଇନା ଏବଂ ବାଂଲାଦେଶ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବାରମ୍ବାର ଘେରିଛନ୍ତି। ରାହୁଲ ଗାନ୍ଧୀ ଅନେକ ଥର ଅରୁଣାଚଳ ପ୍ରଦେଶରେ ଭାରତୀୟ ଜମି ଉପରେ ଚାଇନା ଦଖଲ କରିଥିବା ଦାବି ମଧ୍ୟ କରିଛନ୍ତି।

୩. କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠାଇବା-
କେନ୍ଦ୍ର ସରକାରଙ୍କ ବିଭିନ୍ନ ବୃହତ୍‌ ପ୍ରକଳ୍ପକୁ ନେଇ ମଧ୍ୟ ବିରୋଧୀ ଦଳ ଲଗାତାର ପ୍ରଶ୍ନ ଉଠାଉଛନ୍ତି। ନିକଟରେ ଗ୍ରେଟ୍‌ ନିକୋବାର ପ୍ରକଳ୍ପକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଜୟରାମ ରମେଶ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ।

 

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।