ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

Jul 27, 2026 - 15:46
ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope
ମେଷ
ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା ପାଇବେ। କାଳେ କିଛି ଦେବାକୁ ପଡ଼ିବ,ଏହି ଆଶଙ୍କାରେ ସମ୍ପର୍କୀୟ ଦୂରେଇ ରହିପାରନ୍ତି। ଜିଦ୍‍ରେ ଅଟଳ ରହିଲେ ସମସ୍ୟାକୁ ନିମନ୍ତ୍ରଣ କରିବେ।
ବୃଷ
ବୃଷ
ପାରବାରିକ କ୍ଷେତ୍ରରେ ପାରସ୍ପରିକ ମତଭେଦ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦୁଶ୍ଚିନ୍ତାର କାରଣ ପାଲଟିଯିବ। କାର୍ଯ୍ୟହାସଲ ସକାଶେ ବନ୍ଧୁମାନଙ୍କ ସାହାଯ୍ୟ ଲାଭକରି ଆଶ୍ୱସ୍ତି ଅନୁଭବ କରିବେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଆନୁଷ୍ଠାନିକ କାମ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଭୁଲ୍‍ବଶତଃ ସ୍ଥଗିତ କାମ ପାଇଁ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧହେବା ସୁଯୋଗ ପାଇପାରନ୍ତି। ଜମିଜମା କାରବାର କିମ୍ବା ନୂତନ ପ୍ଲଟ୍‍ କିଣିବା ଦିଗରେ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କେତେକ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ପାରିବାରିକ ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ପଡ଼ିପାରେ। ଆଲୋଚନା ପରିସରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି। ସାମାଜିକ କାମ, ସାମ୍ବାଦିକତା, ପ୍ରଶାସନିକ କ୍ଷେତ୍ର ଓ ବାଣିଜ୍ୟ ପାଇଁ ଦିନଟି ମନ୍ଦ ନୁହେଁ।
ସି˚ହ
ସି˚ହ
ପରିବାରର ଖର୍ଚ୍ଚ ବୃଦ୍ଧି କାରଣରୁ ବନ୍ଧୁଙ୍କ ସାହାଯ୍ୟଭିକ୍ଷା କରିପାରନ୍ତି। କର୍ମକ୍ଷେତ୍ରରେ ଚାପଗ୍ରସ୍ତ କାରଣରୁ କେତେକ ବାକିଆ କାମ ପାଇଁ ଚିନ୍ତା ବଢ଼ିଯିବ। ପାରିବାରିକ କ୍ଷେତ୍ରର ଅମୀଂମାସିତ ଘଟଣାବଳୀକୁ ନେଇ ଚିନ୍ତିତ ରହିପାରନ୍ତି। ରୋଗପୀଡ଼ା, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବା ସୂଚନା ରହିଛି।
କନ୍ୟା
କୌଣସି କାମ ଅଟକି ନ ରହିଲେ ମଧ୍ୟ ତାହାକୁ ସଜାଡ଼ିବା କ୍ଷେତ୍ରରେ ହଇରାଣ ହେବାକୁ ପଡ଼ିବ। ବନ୍ଧୁଙ୍କ କଥାକୁ ପୂର୍ଣ୍ଣ ବିଶ୍ୱାସକରି ପରକ୍ଷଣରେ ଅନୁତାପ କରିବାକୁ ପଡ଼ିପାରେ। କଠିନ ପରିଶ୍ରମ ଓ ଭ୍ରମଣଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟିକ ସ୍ଥିତି ଭଲ ରହିବାରୁ କେତେକାଂଶରେ ଖୁସି ରହିବେ।
ତୁଳା
ତୁଳା
ପାରସ୍ପରିକ ସହୃଦୟତାର ବୁଝାମଣା ହେତୁ ପରିବାରରେ ଶାନ୍ତି ଫେରିବାର ସୂଚନା ରହିଛି। ବ୍ୟବସାୟରେ ସଫଳତା ହାସଲ କରିବେ, କିନ୍ତୁ ଋଣ ପରିଶୋଧର ଆଶା ଆଶାରେ ହିଁ ରହିଯିବ। ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ଅଦାଲତରେ ସମସ୍ୟାଜନିତ ଚିନ୍ତା ପ୍ରକଟ କରିପାରନ୍ତି।
ବିଛା
ବିଛା
ପରିସ୍ଥିତିର ତାଡ଼ନାରେ ଆପଣ ଇଚ୍ଛା ନ ଥାଇ ମଧ୍ୟ ବାରମ୍ବାର ନିଜର ମତ ବଦଳାଇବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ଆଲୋଚନା ପରିସରରେ ସାହସିକତା ପ୍ରଦର୍ଶନକରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରୁ ଅଥବା କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ,ଚଳଚ୍ଚିତ୍ରାଦିରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ଅତୀତ ଘଟଣାକୁ କେନ୍ଦ୍ରକରି ବିଭିନ୍ନ ଆଲୋଚନା ଓ ସମାଲୋଚନା ମଧ୍ୟରେ ଅଶାନ୍ତ ରହିପାରନ୍ତି। ପୂର୍ବ ରାଗ ଶୁଝାଇବାକୁ ନେଇ ନିଜର ଲୋକଟି ଆଉ ନ ପଚାରୁଥିବାରୁ ଦୁଃଖିତ ରହିବେ ା କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାମକୁ ପୁନଃ ଆରମ୍ଭକରିବା ପାଇଁ ଚିନ୍ତା କରିପାରନ୍ତି। ପ୍ରକାଶନ, ସଂଗଠନ, ରାଜନୀତିରୁ ଶୁଭଫଳ ପାଇବେ।
ମକର
ମକର
ଅଧିକାଂଶ ସମୟ ବିବାଦୀୟ ସ୍ଥିତି ମଧ୍ୟରେ ଗତିକରିବାକୁ ପଡୁଥିବାରୁ ମାନସିକ ସ୍ତରରେ ଖୁସିରେ ରହପାରିବେ ନାହିଁ। ଦୀର୍ଘଦିନରୁ ଅଟକି ରହିଥିବା କୌଣସି କାର୍ଯ୍ୟ ହଠାତ୍‍ ଆରମ୍ଭ କରିବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଅପ୍ରୀତିକର ପରିସ୍ଥିତି ଜନିତ ଘଟଣାର ଦିଗ ବଦଳିଯାଇପାରେ।
କୁମ୍ଭ
କୁମ୍ଭ
କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା କରି ବନ୍ଧୁମାନଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ପରିସ୍ଥିତିକୁ ଲାଘବ କରିବା ସକାଶେ ଋଣ ପରିଶୋଧର ପ୍ରତିଶ୍ରୁତି ଦେବାକୁ ପଡ଼ିପାରେ। ବ୍ୟତିକ୍ରମ ପରିଲକ୍ଷିତ ହେଲେ ମଧ୍ୟ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରରେ ବୁଝାମଣା ଠିକ୍‍ ରହିବା ହେତୁ ଖୁସି ଅନୁଭବ କରିବେ।
ମୀନମୀନ
ସମସ୍ୟା ଲାଗିରହିଥିଲେ ମଧ୍ୟ ଆଜିର କୌଣସି କାମ ପାଇଁ ହଇରାଣ ହେବାକୁ ପଡ଼ିବନାହିଁ। ପରିବାରରେ ହେଉ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ କଡ଼ାକଥା କହିଲେ ଚଳିବନାହିଁ। ପୁରାତନ ରୋଗର ପୀଡ଼ା ବୃଦ୍ଧି ସାଙ୍ଗକୁ ଆର୍ଥିକ ଅନଟନ ଦୁଶ୍ଚିନ୍ତାର କାରଣ ହେବ। ପଡ଼ୋଶୀ ଏବଂ ସହକର୍ମୀଙ୍କ ସହାନୁଭୂତି ପାଇ ଏକପ୍ରକାର ମନକୁ ବୁଝାଇନେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।