ବିରଳ ରେକର୍ଡ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ ଯେଉଁଥିରେ ବିଭିନ୍ନ ବ୍ୟକ୍ତିମାନେ ବିରଳ ରେକର୍ଡ ସ୍ଥାପନ କରିଥାଆନ୍ତି । ସେହିକ୍ରିମରେ ନେପାଳର ୩୧ ବର୍ଷୀୟ ସେନା ଆଥଲେଟ୍ ହରି ଚନ୍ଦ୍ର ଗିରି ଏକ ବିରଳ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁସାରେ ଚୀନ୍ର ୟୁନୟାଙ୍ଗଠାରେ ହାତରେ ଭାର ଦେଇ ମାତ୍ର ୪୪.୭୧ ସେକେଣ୍ଡରେ ୧୦୦ଟି ପାହାଚ ଓହ୍ଲାଇ ଗିନିଜ୍ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛନ୍ତି । ଯାହାର ଭିଡିଓ ନିକଟରେ ଗିନିଜ୍ ୱାର୍ଲ୍ଡ ରେକର୍ଡସ ପକ୍ଷରୁ ସେୟାର କରାଯାଇଛି । ଏହି ଅସାଧାରଣ ସଫଳତା ପାଇଁ ସେ ଦୀର୍ଘ ୬ ମାସ ଧରି କଠିନ ପରିଶ୍ରମ କରିବା ସହ ପ୍ରତିଦିନ ଅଭ୍ୟାସ କରି ନିଜର ହାତ, କାନ୍ଧ ଏବଂ ଶରୀରର ସନ୍ତୁଳନକୁ ମଜବୁତ କରିଥିଲେ ଏବଂ ଓଦା ଓ ଶୁଖିଲା ଉଭୟ ପ୍ରକାରର ପାହାଚରେ ପ୍ରାକ୍ଟିସ୍ କରିଥିଲେ । ସାମାନ୍ୟତମ ଭୁଲ୍ ହେଲେ ମୁଣ୍ଡ, ବେକ କିମ୍ବା ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିବାର ଆଶଙ୍କା ଥିବାରୁ ସେ ବିଶେଷଜ୍ଞ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏହି ପ୍ରୟାସ କରିଥିଲେ । ସୂଚନାଯୋଗ୍ୟ, ୨୦୧୪ ମସିହାରୁ ନେପାଳ ସେନାରେ କାର୍ଯ୍ୟରତ ହରିଙ୍କ ନାମରେ ପୂର୍ବରୁ ମଧ୍ୟ ହାତରେ ଭାର ଦେଇ ୫୦ ଏବଂ ୭୫ଟି ପାହାଚ ଓହ୍ଲାଇବା ସହ ଅନେକ ଅଦ୍ଭୁତ ଗିନିଜ୍ ୱାର୍ଲ୍ଡ ରେକର୍ଡ ରହିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।