ବିଜେଡି କାଉନସିଲରଙ୍କୁ ମାଡ଼ ଅଭିଯୋଗ: ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ନେହାଙ୍ଗିନୀ, ବିଧାୟକ କହିଲେ ‘ଭିତ୍ତିହୀନ’

Oct 05, 2026 - 18:54
ବିଜେଡି କାଉନସିଲରଙ୍କୁ ମାଡ଼ ଅଭିଯୋଗ: ଏସପିଙ୍କ ଦ୍ୱାରସ୍ଥ ହେଲେ ସ୍ନେହାଙ୍ଗିନୀ, ବିଧାୟକ କହିଲେ ‘ଭିତ୍ତିହୀନ’

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ଜିଲ୍ଲା ଅତାବିରାରେ ବିଜେଡି କାଉନସିଲରଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅତାବିରା ଥାନାରେ ଏନେଇ ପ୍ରଥମେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏଫ୍‌ଆଇଆର୍‌ ରେଜିଷ୍ଟ୍ରି ହୋଇନଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ଅତାବିରାର ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ବରଗଡ଼ ଆରକ୍ଷୀ ଅଧିକ୍ଷକ  ରବୀନ୍ଦ୍ର ନାଥ ଶତପଥୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

କାଉନସିଲର ନାରାୟଣ ସାହୁଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଡାକି ନେଇ ଗାଳିଗୁଲଜ କରାଯିବା ସହ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ଡ୍ରାଇଭର ମାଡ଼ ମାରିଥିଲେ ଏବଂ ବନ୍ଧୁକ ମୁନରେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ ନେଇ କାଉନସିଲର ନାରାୟଣ ସାହୁ ଓ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ପୋଲିସ ତୁରନ୍ତ ଏଫ୍‌ଆଇଆର୍‌ ଦାଖଲ କରି ଘଟଣାର ନିରପେକ୍ଷ ତଦନ୍ତ କରୁ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରାଯାଇଛି। ଯଦି ଅଭିଯୁକ୍ତଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନନିଆଯାଏ, ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ଖୋଲା ଚେତାବନୀ ଦେଇଛି।

ଅନ୍ୟପଟେ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ବିଧାୟକ ନିହାର ମହାନନ୍ଦ। ଏହି ଘଟଣାରେ କୌଣସି ସତ୍ୟତା ନାହିଁ ଏବଂ ତାଙ୍କ ବିରୋଧରେ ଆଣାଯାଇଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ବୋଲି ସେ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)