ଭୁବନେଶ୍ବର,୩/୭ : ବାରିପଦା ପାଲବଣିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମଧ୍ୟରେ ୩ଜଣ ନ୍ୟୁଜ୍ ଚ୍ୟାନେଲ୍ କ୍ୟାମେରାମ୍ୟାନ୍ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ଖବର ସଂଗ୍ରହବେଳେ ଡମ୍ଫର ମାଡ଼ି ଯାଇଛି । ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମାତ୍ର ଦୁଇ ମୃତକଙ୍କ ପରିଚୟ ମିଳି ପାରିନାହିଁ । ୫ ଗୁରୁତରଙ୍କ ମଧ୍ୟରୁ ୩ ଜଣ ନ୍ୟୁଜ୍ ଚ୍ୟାନେଲର କ୍ୟାମେରା ମ୍ୟାନ୍ ବୋଲି ଜଣାପଡ଼ିଛି । ୩ ଜଣଙ୍କ ମଧ୍ୟରୁ ଜଣେ ‘ନ୍ୟୁଜ ୭’ କ୍ୟାମେରାମ୍ୟାନ୍ ଲଳିତ ବାରିକ ହୋଇଥିବାବେଳେ ଆଉ ଦୁଇ ଜଣ ଅନ୍ୟ ଗଣମାଧ୍ୟମ ସଂସ୍ଥାର ବୋଲି ସୂଚନା ମିଳିଛି । ଗୁରୁତର ଅବସ୍ଥାରେ PRM ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ନ୍ୟୁଜ୍ ୭କ୍ୟାମେରାମ୍ୟାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।