ବାପାଙ୍କ ଶବ ଆଗରେ ପୁଅକୁ ମରଣାନ୍ତକ ମାଡ଼, ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ପୋଲିସ

Oct 10, 2026 - 17:49
ବାପାଙ୍କ ଶବ ଆଗରେ ପୁଅକୁ ମରଣାନ୍ତକ ମାଡ଼, ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ପୋଲିସ

ବାପାଙ୍କ ଶବ ଆଗରେ ପୁଅକୁ ମରଣାନ୍ତକ ମାଡ଼, ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଘରେ କାହାର ମୃତ୍ୟୁ ଘଟିଲେ ମୋକ୍ଷ ପାଇଁ କାଶୀର ବିଶ୍ବପ୍ରସିଦ୍ଧ ମଣିକର୍ଣ୍ଣିକା ଘାଟରେ ସତ୍କାର କରିବାକୁ ସମସ୍ତଙ୍କ ଇଚ୍ଛା ଥାଏ । କାହାର ଏହି ଇଚ୍ଛା ପୂରଣ ହୋଇଥାଏ ତ କାହାର ନୁହେଁ । ହେଲେ ଏବେ ମଣିକର୍ଣ୍ଣିକା ଘାଟରୁ ଆସିଛି ଏମିତି ଏକ ଖବର ଯାହା ଆପଣଙ୍କ ମନକୁ ଦୋହଲାଇ ଦେବ । ଜଣେ ଯୁବକ ତାଙ୍କ ବାପାଙ୍କ ଶବ ସତ୍କାର ପାଇଁ ଘାଟକୁ ଆସି କାଠ ଦୋକାନୀ ତଥା ଅସାମାଜିକ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣ ଏମିତି ସେମିତି ନଥିଲା, ଘଟଣା ସ୍ଥଳରେ ଯୁବକ ଜଣଙ୍କ ଅଧମରା ହୋଇ ଅଚେତ ହୋଇଯାଇଥିଲେ । ପରେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ୭ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି ।

ଅଭିଯୋଗ ଅନୁସାରେ, ବାରାଣସୀ ଜିଲ୍ଲା ଚୋଲାପୁର ଥାନା ଅଞ୍ଚଳର ଅଭିଷାକ ସିଂ ସମ୍ପର୍କୀୟଙ୍କ ସହ ବାପାଙ୍କ ଶବଦାହ କରିବାକୁ ମଣିକର୍ଣ୍ଣିକା ଘାଟକୁ ଆସିଥିଲେ । ଶବଦାହ ପାଇଁ କାଠ କିଣିବା ବେଳେ ସ୍ଥାନୀୟ ଦୋକାନୀ ତଥା ଅଭିଯୁକ୍ତଙ୍କ ସହ କୌଣସି କଥାକୁ ନେଇ ବଚଷା ହୋଇଥିଲା । ପରେ ଏହା ଏତେ ଉଗ୍ର ରୂପ ନେଇଥିଲା ଯେ, ଅଭିଯୁକ୍ତମାନେ ଅଭିଷେକଙ୍କୁ କାଠ ଫାଳିଆ ଓ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଅଭିଯୁକ୍ତଙ୍କ ମାଡ଼ରେ ଅଭିଷେକ ଅଚେତ ହୋଇ ପଡିଯାଇଥିବା ବେଳେ ସମ୍ପର୍କୀୟମାନେ କୌଣସି ପ୍ରକାରେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡିଛି ।

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଅଭିଷେକଙ୍କୁ ଅଭିଯୁକ୍ତମାନେ ମାଡ ମାରିବା ବେଳା ଦୃଶ୍ୟ କେହି ଜଣେ ରେକଡିଂ କରି ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ । ଭିଡିଓଟି ଭାଇରାଲ ହେବା ସହ କାଶୀବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହାସହ ସୋସିଆଲ ମିଡିଆ ୟୁଜର୍ସ ମଣିକର୍ଣ୍ଣିକା ଘାଟରେ ସକ୍ରିୟ ଏହି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ଆରମ୍ଭ କରି ଦେଇଥିଲେ । ଘଟଣାର ଗୁରୁତ୍ବକୁ ଦେଖି ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ଆକ୍ସନ ମୋଡକୁ ଆସିଥିଲା ।

୭ ଜଣଙ୍କ ନାଁରେ ମାମଲା

ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସହିଂତାରେ ଭିନ୍ନ ଭିନ୍ନ ୫ଟି ଧାରାରେ ଋଷିକେଷ ଚୌଧୁରୀ, ବାଦଲ ଚୌଧୁରୀ, ଗୋଲୁ, ଶନି ଚୌଧୁରୀ, ଗୁଡୁ ଚୌଧୁରୀ, ଅନିଲ ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଥିଲା । ଏହାପରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜାରି ରଖିଛି । ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲିସ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)