ବରମୁଣ୍ଡା ବସଷ୍ଟାଣ୍ଡ ରୁ ୪ଯୁବତୀ ଉଦ୍ଧାର

Jun 09, 2026 - 16:18
ବରମୁଣ୍ଡା ବସଷ୍ଟାଣ୍ଡ ରୁ ୪ଯୁବତୀ ଉଦ୍ଧାର

ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ । ଯୁବତୀ ଚାଲାଣ ରାକେଟର ପର୍ଦ୍ଦାଫାଶ । ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନାବାଳିକା ସମେତ ୩ ଯୁବତୀ ଉଦ୍ଧାର । ସୋମବାର ରାତିରେ ଯୁବତୀମାନଙ୍କୁ ଭୟଭୀତ ଅବସ୍ଥାରେ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଉଦ୍ଧାର କରିଛି ଫାଣ୍ଡି ପୋଲିସ । ଏହି ଯୁବତୀମାନେ କୌଣସି ଏକ ଆଶ୍ରମରେ ରହୁଥିବାବେଳେ ସେମାନଙ୍କୁ କିଛି ଏନଜିଓ କର୍ମଚାରୀ ରାଜ୍ୟ ବାହାରକୁ ଚାଲାଣ କରିବା ପାଇଁ ଉଦ୍ୟମ କରୁଥିବା ଘଟଣା ସାମ୍ନାକୁ ଆସିଛି । 

ସୂଚନାନୁସାରେ, ସୋମବାର ରାତି ୧୧ଟା ସମୟରେ ୧୬ ନମ୍ବର ଏନ୍‌ଏଚ୍‌ର ବରମୁଣ୍ଡା ଓଭରବ୍ରିଜ୍ କଡ଼ ସର୍ଭିସ ରୋଡରେ ଜଣେ ନାବାଳିକାଙ୍କ ସହ ୩ଯୁବତୀ ବସ୍‌କୁ ଅପେକ୍ଷା କରିଥିଲେ । ସେମାନଙ୍କ ଆଖପାଖରେ କିଛି ଏନଜିଓ କର୍ମଚାରୀ ବୁଲୁଥିବାରୁ ସେମାନେ ଭୟଭୀତ ଅବସ୍ଥାରେ ଥିଲେ । ଏହି ସମୟରେ କୌଶଳ କ୍ରମେ ସେମାନେ ବସ୍ ଷ୍ଟାଣ୍ଡ ନିକଟସ୍ଥ ଗଳି ଓ ବସ ତଳେ ଲୁଚି ଯାଇଥିଲେ । ସେହି ସମୟରେ ସଂପୃକ୍ତ ଏନଜିଓର କିଛି ମହିଳା କର୍ମଚାରୀ ସେମାନଙ୍କ ପିଛା କରୁଥିବା ଦେଖାଯାଇଥିଲା ।

ଘଟଣାକୁ ଦେଖି ବସ୍ ଷ୍ଟାଣ୍ଡର ସୁରକ୍ଷାକର୍ମୀମାନେ ହସ୍ତକ୍ଷେପ କରି ଯୁବତୀମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ଯୁବତୀମାନେ ତାଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିଆଯାଉଥିବା କହିଛନ୍ତି ଜଣାପଡ଼ିଛି । ପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବରମୁଣ୍ଡା ବସ୍ ଷ୍ଟାଣ୍ଡ ଫାଣ୍ଡି ପୋଲିସ ଜିମା ଦେଇଥିଲେ । ପୋଲିସ ଯୁବତୀମାନଙ୍କୁ ପଚରାଉଚରା କରିବା ପରେ ସର୍ଟ ଷ୍ଟେ ହୋମରେ ରଖିଥିବା ବେଳେ, ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।