ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

Jul 30, 2026 - 10:51
ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ ଓ ବଡ଼ପଡ଼ା ଗାଁର ୪ ଜଣ ଚାଷୀ ବନ୍ୟା ଜଳରେ ଫସି ରହିଥିବା ବେଳେ ଟିଟିଲାଗଡ଼ କୁଡ୍ସୁଡ ଗାଁର ୪ ଚାଷୀ ଫସି ରହିଥିଲେ। ବନ୍ୟା ଜଳରେ ୧୩ଚାଷୀ ଫଶି ରହିଥିବା ଜିଲା ପ୍ରଶାସନ ଖବର ପାଇବା ପରେ ଟିଟିଲାଗଡ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ କରିବା ପାଇଁ ବନ୍ୟା ଅଂଚଳରେ ପହଞ୍ଚି ଥିଲା। ନଦୀ ବନ୍ୟା ବହୁତ ବଢ଼ି ଯିବାରୁ ମଝି ପାଣିରେ ରହିଯାଇଥିବା ୪ଜଣ ଚାଷୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗ ସାହସ କରିପାରି ନ ଥିଲା l ପରେ ପ୍ରସାଶନ ପକ୍ଷରୁ ଚାଷୀମାନଙ୍କୁ ଉଦ୍ଧାର କରିବା ପାଇଁ ବଲାଙ୍ଗୀର ଓଡ୍ରାଫ ଟିମ୍‌କୁ ଡକାଯାଇଥିଲା । ଓଡ଼୍ରାଫ ଟିମ ପହଞ୍ଚି ରାତି ୨ଟା ୩୦ ମିନିଟ୍‌ରେ ୪ଜଣ ଚାଷୀଙ୍କୁ ବନ୍ୟା ପାଣିରୁ ଉଦ୍ଧାର କରି କୂଳକୁ ଆଣିଥିବା ଜଣାଯାଇଛି। ବନ୍ୟା ଅଞ୍ଚଳରେ ଫଶି ରହିଥିବା ୧୩ଚାଷୀଙ୍କୁ ଠିକ୍‌ ସମୟରେ ପହଞ୍ଚି ଜିଲା ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ପ୍ରଶଂଶା କରାଯାଉଛି ।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।