ଏହି ଦିନ ଦେଶବ୍ୟାପୀ ବିକ୍ଷୋଭ ପାଇଁ ଟ୍ରେଡ୍‌ ୟୁନିୟନ, କୃଷକ ସଂଗଠନର ଡାକରା:କ’ଣ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ…

Jul 30, 2026 - 07:58
ଏହି ଦିନ ଦେଶବ୍ୟାପୀ ବିକ୍ଷୋଭ ପାଇଁ ଟ୍ରେଡ୍‌ ୟୁନିୟନ, କୃଷକ ସଂଗଠନର ଡାକରା:କ’ଣ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ…

ନୂଆଦିଲ୍ଲୀ,୩୦ା୭: କେନ୍ଦ୍ର ସରକାରଙ୍କ ଶ୍ରମ ଓ ଆର୍ଥତ୍କ ନୀତି ବିରୋଧରେ ଅଗଷ୍ଟ ୧୦ରେ ଦେଶବ୍ୟାପୀ ବିକ୍ଷୋଭ କରିବାକୁ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କୃଷକ ସଂଗଠନଗୁଡ଼ିକର ମିଳିତ ସମ୍ମଳନୀ ପକ୍ଷରୁ ବୁଧବାର ଡାକରା ଦିଆଯାଇଛି। ସେମାନଙ୍କ ଦାବି ମଧ୍ୟରେ ରହିଛି ୪ଟି ଶ୍ରମ ଆଇନର ଉଚ୍ଛେଦ ସାଙ୍ଗକୁ ସର୍ବନିମ୍ନ ୪୨,୦୦୦ ଟଙ୍କା ମଜୁରୀ, ଯାହା ମହଙ୍ଗା ଭତ୍ତା ସହ ସଂଯୁକ୍ତ ଏବଂ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ପାଇଁ ଆଇନଗତ ଗ୍ୟାରେଣ୍ଟି। ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମଠାରେ ଶ୍ରମିକ ଓ କୃଷକମାନଙ୍କ ଜାତୀୟ ସମ୍ମିଳନୀ ପକ୍ଷରୁ ଏହି ବିକ୍ଷୋଭ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ, ବିଭାଗୀୟ ସଂଘ ଓ ସଂଗଠନ ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଶିଳ୍ପ ଶ୍ରମିକ, ରାଷ୍ଟ୍ରାୟତ୍ତ କମ୍ପାନୀର କର୍ମଚାରୀ, ପରିବହନ କର୍ମଚାରୀ, ବ୍ୟାଙ୍କ ଓ ବୀମା କର୍ମଚାରୀ, ଶିକ୍ଷକ, ସରକାରୀ କର୍ମଚାରୀ, ନିର୍ଦ୍ଦିଷ୍ଟ ଯୋଜନାର କର୍ମଚାରୀ, ଅସଂଗଠିତ କ୍ଷେତ୍ରର କର୍ମଚାରୀ, ମହିଳା କର୍ମଚାରୀ ଓ କୃଷକମାନେ ସାମିଲ ହୋଇଥିଲେ। ଏଥିସହିତ ଇଣ୍ଡିଆନ୍‌ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ (ଆଇଏନ୍‌ଟିୟୁସି), ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ (ଏଆଇଟିୟୁସି), ହିନ୍ଦ୍‌ ମଜଦୁର ସଭା, ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ୍ସ, ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ ସେଣ୍ଟର ଆଦି ବିଭିନ୍ନ ଟ୍ରେଡ୍‌ ୟୁନିୟନ, ସେଲ୍ଫ ଏମ୍ପ୍ଲଏଡ୍‌ ଓ୍ବେମେନ୍ସ ଆସୋସିଏଶନ ଏବଂ ଏସ୍‌କେଏମ୍‌ ସ୍ବୀକୃତିପ୍ରାପ୍ତ କୃଷକ ସଂଗଠନଗୁଡ଼ିକ ସାମିଲ ହୋଇଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।