15 JUNE 2026

Welcome!

Unlock your personalized experience.
Sign Up

ଫିଲ୍ମ ‘ଲଗାନ’ର ଏହି ଗୀତକୁ ସୁଟ୍ କରିବାରେ ଲାଗି ଥିଲା ୫ ଦିନ , କାହାର ହୋଇଥିଲା ବାନ୍ତି ତ ଆଉ କିଏ ହରାଇ ଥିଲେ ଚେତା

Jun 14, 2026 - 22:45
ଫିଲ୍ମ ‘ଲଗାନ’ର ଏହି ଗୀତକୁ ସୁଟ୍ କରିବାରେ ଲାଗି ଥିଲା ୫ ଦିନ , କାହାର ହୋଇଥିଲା ବାନ୍ତି ତ ଆଉ କିଏ ହରାଇ ଥିଲେ ଚେତା

ମୁମ୍ୱାଇ – ଆମିର ଖାନଙ୍କ ଫିଲ୍ମ ‘ଲଗାନ’ର ୧୫ ଜୁନକୁ ୨୫ ବର୍ଷ ପୂରିବ। ଏହି ଫିଲ୍ମ ଆମିର ଖାନଙ୍କ କ୍ୟାରିୟରର ବେଷ୍ଟ ଫିଲ୍ମ ଗୁଡ଼ିକ ମଧ୍ୟରେ ଗୋଟିଏ ମନେକରାଯାଏ। ଆପଣଙ୍କୁ ଲଗାନର ଏକ ଗୀତ ‘ଚଲେ ଚଲୋ ...’ ସହ ଜଡ଼ିତ କଥା କହୁଛୁ, ଏହି ଗୀତକୁ ସୁ଼ଟ୍ କରିବାରେ ଅଭିନେତାଙ୍କ ଝାଳ ବୋହି ଯାଇ ଥିଲା। ଫିଲ୍ମରେ ଗୋଲିର ଚରିତ୍ର କରିଥିବା ଦୟାଶଙ୍କର ପାଣ୍ଡେ କହିଛନ୍ତି ଯେ, କେମିତି ଏହି ଗୀତର ସୁଟ୍ କରିବାରେ ସେହି ଲୋକଙ୍କୁ ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପଡ଼ୁ ଥିଲା। ସେ କହିଛନ୍ତି , ପ୍ରବଳ ଉତ୍ତାପ ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଉ ଥିଲା।

ଦୟାଶଙ୍କର ପାଣ୍ଡେ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ ଏକ ସ୍ୱତନ୍ତ୍ର କଥାବାର୍ତ୍ତାରେ, ଗୀତ ‘ଚଲେ ଚଲୋ ...’ ସହ ଜଡ଼ିତ କଥା ବିଷୟରେ କହିଛନ୍ତି। ତାଙ୍କୁ ପଚରା ଯାଇଥିଲା ଯେ, ତାଙ୍କ ମୁତାବିକ , ଫିଲ୍ମର ସୁଟିଂ ବେଳେ ସବୁଠୁ ମୁସ୍କିଲ ଦିନ କଣ ଥିଲା? ସେ କହିଥିଲେ ଯେ, କଠିନ ଦିନ ତ ନୁହେଁ , ହେଲେ ‘ଚଲେ ଚଲୋ ... ଗୀତକୁ ସୁଟ୍ କରିବା ମୁସ୍କିଲ ପୂର୍ଣ୍ଣ ଥିଲା।

ଦୟାଶଙ୍କର ପାଣ୍ଡେ କହିଥିଲେ - ‘ଚଲେ ଚଲୋ ... ଯେଉଁ ଗୀତ ଥିଲା , ସେହି ସମୟରେ ଖବର ଆସିଥିଲା ଯେ, ୪୮ ଡିଗ୍ରୀ ତାପମାତ୍ରା, ସେଟରେ ଡାକ୍ତର ରହୁଥିଲେ। ଏଥିରେ ଆପଣ ଦେଖିବେ ଯେ, ଷ୍ଟ୍ରମ ଫ୍ୟାନରୁ ତୁମ ମୁହଁରେ ଧୂଳି ପକାଯାଉଛି ଏବଂ ସୁଟ୍ କରିବାର ଅଛି। ଆମକୁ ସେହି ସମୟରେ ମନେହେଉ ଥିଲା ଯେ, ଆମିର ଖାନ ଓ ଆଶୁତୋଷ ଗୋୱାରିକର ବହୁତ ସ୍ୱାର୍ଥୀ ଲୋକ । ଏବେ ଜଣାପଡ଼ୁଛି ତାହା କେତେ ଜରୁରୀ ଥିଲା ଏମିତିରେ ଫିଲ୍ମ କରିବା।

ଦୟାଶଙ୍କର ପାଣ୍ଡେ ଆହୁରି କହିଥିଲେ ,ସମସ୍ତଙ୍କ ଭିତରେ ଏକ ଚିଡଚିଡା ଓ ବିରକ୍ତି ଭାବ ଥିଲା ଯେ, ଶୀଘ୍ର ସୁଟିଂ ଶେଷ ହେଉ , ଆଉ ଆମକୁ ଘରକୁ ଯିବାର ଅଛି ଏବଂ ସେହି କଥା ଏହିପରି ପହଞ୍ଚୁ ଥିଲା (ଦର୍ଶକଙ୍କ ଯାଏ) ଯେ, ମ୍ୟାଚ ଆମକୁ ଜିତିବାର ଅଛି। ଆଶୁତୋଷ ସେହିପରି ଭାବୁଥିଲେ। ତାହା ସବୁଠୁ କଠିନ ସମୟ ଥିଲା। ଚାରି ପାଞ୍ଚ ଦିନ ଗୀତ ସୁଟ୍ ହୋଇଥିଲା।

ଅଭିନେତା ଆହୁରି କହିଥିଲେ ଯେ, ସେହି ଗୀତର ସୁଟିଂ ବେଳେ ପାଗ କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଉଥିଲା। ସେ କହିଥିଲେ ଯେ, ତାଙ୍କୁ ସୁଟିଂ ବେଳେ ବାନ୍ତି ହେଉଥିଲା। ଲୋକେ ବେହୋସ ହୋଇ ଯାଉଥିଲେ। ସେ କହିଥିଲେ ଯେ, ଅନେକ ଲୋକଙ୍କୁ ତ ହସ୍ପିଟାଲ ନେବାକୁ ପଡ଼ୁ ଥିଲା। ସେ କହିଛନ୍ତି ଯେ, ତାହା ସବୁଠୁ ବିପଜ୍ଜନକ ପିରିୟଡ ଥିଲା।

‘ଚଲେ ଚଲୋ ର କଥା ଯଦି କହିବା ତ ଏହି ଗୀତକୁ ଲେଖିଥିଲେ ଜାଭେଦ ଅଖତର। ଗୀତକୁ କମ୍ପୋଜ କରିଥିଲେ ଏଆର ରେହମାନ। ସେ ଗୀତକୁ କମ୍ପୋଜ କରିବା ସହ ଏହାକୁ ଗାଇଥିଲେ ମଧ୍ୟ। ଏଆର ରେହମାନଙ୍କ ସହ ଗୀତକୁ ଗାଇଥିଲେ ଶ୍ରୀନିବାସ । ଏହି ଚେଲ ଚଲୋ ଗୀତ ଫିଲ୍ମର ସେକେଣ୍ଡ ହାଫରେ ଆସିଥାଏ। ଏହି ପ୍ରେରଣାଦାୟକ ଗୀତ ସେତେବେଳେ ଆସେ ,ଯେତେବେଳେ ଗାଁର ଟିମ୍ ଇଂରାଜୀଙ୍କ ବିରୋଧରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପ୍ରସ୍ତୁତି କରୁଥିଲେ।

ଆହୁରି ମଧ୍ୟ ପଢନ୍ତୁ : ଉର୍ମିଳା ମାତୋଣ୍ଡକରଙ୍କ ପୂର୍ବତନ ସ୍ୱାମୀ କଲେ ଦ୍ୱିତୀୟ ବିବାହ, ସେୟାର କଲେ ପତ୍ନୀଙ୍କ ସହ ଫଟୋ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।