ଫରିଦାବାଦରେ ୨.୯ ତୀବ୍ରତାର ଭୂକମ୍ପ
ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦରେ ଆଜି ୨.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ।
ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି (ଏନ୍ସିଏସ୍) ଅନୁଯାୟୀ, ଗୁରୁବାର ସନ୍ଧ୍ୟା ୬ଟା ୩୩ରେ ଏହି ଭୂମିକମ୍ପ ହୋଇଥିଲା ।
ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଠଠାରୁ ୫ କିମି ଗଭୀରତାରେ ଥିଲା ।
ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।
ଉଲ୍ଲେଖଯୋଗ୍ୟ, ଗତ ସୋମବାର ରାତି ୧୧ଟା ୫୬ରେ ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ୩.୧ ତୀବ୍ରତାର ଭୂକମ୍ପ ହୋଇଥିଲା ।
Advertisment Melania Trump: ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପଙ୍କୁ ୟୁକ୍ରେନ୍ର ସର୍ବୋଚ୍ଚ ନାଗରିକ ସମ୍ମାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
