Judgement: ୬ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରି ସରକାରଙ୍କ ସତ୍ୟପାଠ ଦାଖଲ

Nov 05, 2026 - 21:12
Judgement: ୬ ଅଭିଯୁକ୍ତଙ୍କ ଜାମିନକୁ ବିରୋଧ କରି ସରକାରଙ୍କ ସତ୍ୟପାଠ ଦାଖଲ

କଟକ : ଆଇନଜୀବୀ ପୀତବାସ ପଣ୍ଡା ଙ୍କ ହତ୍ୟା ଘଟଣାରେ ଜାମିନ ଲୋଡ଼ି ମଦନ ମୋହନ ଦଳାଇ ଓ ଅନ୍ୟ ୫ଜଣ ଅଭିଯୁକ୍ତଙ୍କ ତରଫରୁ ଦାୟର ଆବେଦନକୁ ବିରୋଧ କରି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ ଆପତ୍ତି ସତ୍ୟପାଠ ଦାଖଲ କରାଯାଇଛି।

ଏହି ସବୁ ସତ୍ୟପାଠକୁ ରେକର୍ଡ ଭୁକ୍ତ କରିବାକୁ ହାଇକୋର୍ଟ କହିଛନ୍ତି।

ଏଥି ସହିତ ନଭେମ୍ବର ୧୧କୁ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଜ‌ଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଦନ ମୋହନ ଦଳାଇ, ସୁନୀଲ କୁମାର ହୋତା, ଶିବଶଙ୍କର ଦାଶ ଓରଫ ପିଣ୍ଟୁ, ଯୋଗେନ୍ଦ୍ର ରାଉତୋ ଓରଫ ଯୋଗୀ, ବିପିନ ସ୍ବାଇଁ ଓ କାଳୁଚରଣ ଭୂୟାଁ ଓରଫ କାଳୁଙ୍କ ନିୟମିତ ଜାମିନ ଆବେଦନ ଗୁଡ଼ିକର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ‌ରେ ଛାଡ଼ିବାକୁ ହାଇକୋର୍ଟ ଅଗଷ୍ଟ ୩୧ରେ ନିର୍ଦ୍ଦେଶ ଦେଇଥିଲେ।

Bikram Panda Faces Fresh Case ପୀତବାସ ପଣ୍ଡା ହତ୍ୟା ମାମଲା: ଆଉ ଏକ ମାମଲାରେ ଛନ୍ଦିହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)