29 JUNE 2026

Welcome!

Unlock your personalized experience.
Sign Up

‘ପ୍ରମେୟ’, ‘ନ୍ୟୁଜ୍‌-୭’ର ‘ଗଛଟିଏ ଜୀବନଟିଏ’ ଅଭିଯାନ : ସୁନ୍ଦରପଦା ଶ୍ମଶାନରେ ଲାଗିଲା ଆମ୍ବ, ଲିମ୍ବ, ଜାମୁ

Jun 29, 2026 - 12:56
‘ପ୍ରମେୟ’, ‘ନ୍ୟୁଜ୍‌-୭’ର ‘ଗଛଟିଏ ଜୀବନଟିଏ’ ଅଭିଯାନ : ସୁନ୍ଦରପଦା ଶ୍ମଶାନରେ ଲାଗିଲା ଆମ୍ବ, ଲିମ୍ବ, ଜାମୁ

ଭୁବନେଶ୍ୱର, ୨୯/୦୬ : ‘ଗଛଟିଏ ଜୀବନଟିଏ’ । ଏହି ମହତ ବାଣୀକୁ ଆଧାର କରି ‘ପ୍ରମେୟ’, ‘ନ୍ୟୁଜ୍‌-୭’ ପକ୍ଷରୁ ଜାରି ରହିଛି ବୃକ୍ଷରୋପଣ ଅଭିଯାନ। ସୁମା ରିଅଲ ମିଡିଆର ପରିଚାଳନା ନିର୍ଦ୍ଦେଶକ ତଥା ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡ. ମନୋଜରଞ୍ଜନ ନାୟକଙ୍କ ପ୍ରେରଣାରେ ରାଜ୍ୟତମାମ ଏହି ଅଭିଯାନ ଚାଲିଛି। ଏହି କ୍ରମରେ ରବିବାର ବିଏମ୍‌ସି ୬୭ ନମ୍ବର ୱାର୍ଡ ସୁନ୍ଦରପଦା-କପିଳପ୍ରସାଦ ଗ୍ରାମର ଶ୍ମଶାନ ମୁକ୍ତିଦ୍ୱାର ପରିସରରେ ବହୁସଂଖ୍ୟକ ଆମ୍ବ, ଲିମ୍ବ ଓ ଜାମୁ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ମଶାନ ପରିସରରେ ଏକ ଆମ୍ବ ଚାରା ଲଗାଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନଙ୍କ ସମେତ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଏହି ପ୍ରୟାସକୁ ଉଚ୍ଚପ୍ରଶଂସା କରିଛନ୍ତି । ଯୁବ ସମାଜସେବୀ ସୁରେନ୍ଦ୍ର କୁମାର ପ୍ରଧାନ ‘ଗଛଟିଏ ଜୀବନଟିଏ’ ମହତ ଉଦ୍ଦେଶ୍ୟ ପ୍ରତି ଆକର୍ଷିତ ହୋଇ ଗ୍ରାମ ଶ୍ମଶାନରେ ବୃକ୍ଷରୋପଣ ପାଇଁ ‘ପ୍ରମେୟ’, ‘ନ୍ୟୁଜ୍‌-୭’ କର୍ତ୍ତୃପକ୍ଷଙ୍କୁ ଆମନ୍ତ୍ରିତ କରିଥିଲେ। 

ସୂଚନାନୁଯାୟୀ, ସୁନ୍ଦରପଦା ଶ୍ମଶାନରେ ରବିବାର ଦିନ ୧୦ଟାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ପ୍ରାୟ ଦେଢ଼ଘଣ୍ଟା କାଳ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଗ୍ରୁପ୍‌ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ଗ୍ରୁପ୍‌ ସିଇଓ ସୁନୀଲ ଦାସ, ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ମୁଖ୍ୟ ବାର୍ତ୍ତା ସଂଯୋଜକ ସୁଦୀପ ରାଉତ, ନ୍ୟୁଜ୍‌-୭ କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରସାର ବିଭାଗ ଡିଜିଏମ୍‌ ଗଜେନ୍ଦ୍ର ଦାସଙ୍କ ସମେତ ସାମ୍ବାଦିକଗଣ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ବାବୁ ସିଂହ ଏହି କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ । ସେ କହିଥିଲେ ବୃକ୍ଷ ଆମ ଜୀବନ । ପରିବର୍ତ୍ତିତ ଜଳବାୟୁରେ ବ୍ୟାପକ ବୃକ୍ଷରୋପଣ ଅପରିହାର୍ଯ୍ୟ ହୋଇପଡ଼ିଛି । ଯୁବଗୋଷ୍ଠୀ, ସାମାଜିକ ସଂସ୍ଥା, ସଂଗଠନ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଆବଶ୍ୟକ। ସିଇଓ ସୁନୀ ଦାସ କହିଥିଲେ ଆମେ ବୃକ୍ଷରୋପଣକୁ ଏକ ଆନ୍ଦୋଳନରେ ପରିଣତ କରିବୁ । ରାଜ୍ୟର ବିକାଶ ଲାଗି ବିପୁଳ ସଂଖ୍ୟକ ଗଛ କଟିଯାଉଛି । ତାକୁ ଭରଣା କରିବା ଲାଗି ଆମେ ରାଜ୍ୟତମାମ ଗଛ ଲଗାଇବୁ ଏବଂ ବୃକ୍ଷରୋପଣ ଲାଗି ଲୋକଙ୍କୁ ସଚେତନ କରାଇବୁ । ଗ୍ରୁପ୍‌ ଏଡିଟର ଗୋପାଳ ମହାପାତ୍ର କହିଥିଲେ, ଆମର ବିଶାଳ ନେଟୱାର୍କ ରହିଛି । ତାକୁ କାମରେ ଲଗାଇ ଏହି ମହତ ଉଦ୍ଦେଶ୍ୟକୁ ସାଧନ କରିବୁ। କେବଳ ଆମେ ନୁହେଁ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାନ୍ତୁ।

ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ କହିଥିଲେ, ଆମ ଅଞ୍ଚଳରେ ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ଏହି ଉତ୍ତମ ପ୍ରୟାସକୁ ଆମେ ସାଧୁବାଦ ଜଣାଉଛୁ । ସମାଜସେବୀ ସୁରେନ୍ଦ୍ର କୁମାର ପ୍ରଧାନ କହିଥିଲେ, ଆମକୁ ଖୁସି ଲାଗୁଛି ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ ଆମ ସହିତ ମିଶି ବୃକ୍ଷରୋପଣ କରୁଛନ୍ତି। ଉଭୟଙ୍କ ସହଯୋଗରେ ଶ୍ମଶାନରେ ଶତାଧିକ ବୃକ୍ଷ ରୋପଣ ହୋଇପାରିଛି। ସେଥିପାଇଁ ବିଶେଷ ଧନ୍ୟବାଦ । ‘ପ୍ରମେୟ’ ଓ ‘ନ୍ୟୁଜ୍‌-୭’ର ସମସ୍ତ ସାମ୍ବାଦିକ, ଫଟୋ ସାମ୍ବାଦିକ, ପ୍ରସାର ବିଭାଗର କର୍ମଚାରୀମାନେ ସମସ୍ତେ ଗୋଟିଏ ଲେଖାଏଁ ଚାରା ଲଗାଇଥିଲେ । ସ୍ଥାନୀୟ ଗ୍ରାମର ମୁରବି ରାଜକିଶୋର ରାଉତରାୟ ଓ ବାଉରିବନ୍ଧୁ ସାହୁ ଉପସ୍ଥିତ ରହି ବୃକ୍ଷରୋପଣକୁ ଉତ୍ସାହିତ କରିଥିଲେ । ଏକାମ୍ର ଜନଜାଗରଣ ମଞ୍ଚର ଅଧ୍ୟକ୍ଷ ଭୀଷ୍ମନାରାୟଣ ନାୟକ, ଯୁବନେତା ରଣଜିତ ମହାପାତ୍ର, ଏସ୍‌କେ ଇବ୍ରାଇଲ, ଭୀମଟାଙ୍ଗି ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ, ପରିବେଶପ୍ରେମୀ ବିଶ୍ୱନାଥ ବେହେରା, ସ୍ଥାନୀୟ ଅଞ୍ଚଳର ବୀଣାପାଣି ରଥ, ବିଦୁଲତା ଶତପଥୀ, ଟୁଲୁ ପ୍ରଧାନ ଏବଂ ବାବୁଲି ସାର୍‌ ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

ଆହୁରି ପଢନ୍ତୁ- ସାପ କାମୁଡ଼ାଙ୍କୁ ସଠିକ୍‌ ଚିକିତ୍ସା ମିଳିବାରେ ବିଳମ୍ବ, ଅକର୍ମଣ୍ୟ ଓ ବିକଳାଙ୍ଗ ହୋଇଯାଉଛନ୍ତି ରୋଗୀ, ମିଳୁନି ସହାୟତା

ପୁରୀରୁ LIVE | ଦେବସ୍ନାନ ପୂର୍ଣ୍ଣିମାର ମହାଦର୍ଶନ | SnanaPurnima | Puri Lord Jagannath | Prameya News7​​​​​​​