29 JUNE 2026

Welcome!

Unlock your personalized experience.
Sign Up

Supreme Court : ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା, ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

Jun 29, 2026 - 12:35
Supreme Court : ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା, ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୯/୦୬ : ଅଯୋଧ୍ୟା ରାମ ମନ୍ଦିରରୁ ଚାନ୍ଦା ଚୋରି ମାମଲା। ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ। କାହିଁକି ତୁରନ୍ତ ଶୁଣାଣି ଚାହୁଁଛନ୍ତି ବୋଲି ଯାଚିକା ଆବେଦନକାରୀଙ୍କୁ ଓଲଟା ପ୍ରଶ୍ନ କଲେ ସର୍ବୋଚ୍ଚ ଅଦାଲତ। ଛୁଟି ସରିବା ପରେ କୋର୍ଟ ଏହି ମାମଲାକୁ ତାଲିକାଭୁକ୍ତ କରିବେ ବୋଲି କହିଛନ୍ତି। 

ଜଷ୍ଟିସ୍ ଏମ.ଏମ ସୁନ୍ଦରଶ ଏବଂ ଜଷ୍ଟିସ୍ ଶିଲ ନାଗୁଙ୍କ ପୀଠ ସମ୍ମୁଖରେ, ଆବେଦନକାରୀ ରାମ ମନ୍ଦିର ଚାନ୍ଦା ଚୋରି ଘଟଣାର ତଦନ୍ତ ପାଇଁ SIT ଗଠନ ଉପରେ ତୁରନ୍ତ ଶୁଣାଣି କରିବାକୁ ଆବେଦନ କରିଥିଲେ। ଏହା ଏକ ସଙ୍ଗୀନ ଅଭିଯୋଗ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ମାମଲା ପରିଚାଳନା ନେଇ ସନ୍ଦେହ ସୃଷ୍ଟି କରିଥିଲେ। ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ସରକାର ଏବଂ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଜନସ୍ୱାର୍ଥର ସୁରକ୍ଷା ପାଇଁ ପ୍ରଭାବଶାଳୀ ତଦାରଖ, ଅଡିଟ୍ ଏବଂ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ। ହେଲେ ଛୁଟି ସରିବା ପରେ ଏହି ମାମଲାକୁ ତାଲିକାଭୁକ୍ତ କରାଯିବ ବୋଲି କୋର୍ଟ ସଫା ସଫା କହିଛନ୍ତି। ଜୁଲାଇ ୧୨ ତାରିଖ ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି। 

ସୂଚନା ଥାଉକି, ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଉତ୍ତର ପ୍ରଦେଶ ସରକାର ଜୁନ ୧୨ରେ ଏକ ଏସଆଇଟି କମିଟି ଗଠନ କରିଥିଲେ। ହେଲେ ଆବେଦନକାରୀଙ୍କ କହିବା କଥା ଏସଆଇଟି କମିଟି ଏଫଆଇଆର ରୁଜୁ ନକରି ଯାଞ୍ଚ ଆରମ୍ଭ କରିଛି। ତେଣୁ ତଦନ୍ତ କମିଟିର ନିରପେକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ତେବେ କୋର୍ଟ ମାମଲାର ମେରିଟ୍ ଉପରେ କୌଣସି ଟିପ୍ପଣୀ କରିନାହାଁନ୍ତି। କେବଳ ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି। 

ଆହୁରି ପଢନ୍ତୁ-  ତାମିଲନାଡୁରେ ପତନ ହେବ କି ଜୋସେଫ ବିଜୟଙ୍କ ସରକାର ? ଏମକେ ଷ୍ଟାଲିନଙ୍କ ବୟାନ ପରେ ହଲଚଲ

ପୁରୀରୁ LIVE | ଦେବସ୍ନାନ ପୂର୍ଣ୍ଣିମାର ମହାଦର୍ଶନ | SnanaPurnima | Puri Lord Jagannath | Prameyadigital​​​​​​​