WEDNESDAY
08 JULY 2026

Welcome!

Unlock your personalized experience.
Sign Up

ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ନୂତନ ଅଧ୍ୟାୟର ଆରମ୍ଭ

Jul 07, 2026 - 23:32
ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ, ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ନୂତନ ଅଧ୍ୟାୟର ଆରମ୍ଭ

ନୂଆଦିଲ୍ଲୀ - ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ ଜୁଲାଇରୁ ୮ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଇଣ୍ଡୋନେସିଆ ଗସ୍ତ କରିଥିଲେ। ଭାରତର ୭୬ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପ୍ରବୋଓଙ୍କ , ୨୩ ରୁ ୨୬ ଜାନୁଆରୀ ୨୦୨୫ରେ ଭାରତ ଗସ୍ତ ଆଧାରରେ ,ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଭାରତ-ଇଣ୍ଡୋନେସିଆ ବ୍ୟାପକ ରଣନୀତିକ ସହଭାଗୀତାରେ ଯଥେଷ୍ଟ ଆଗକୁ ନେବା ପାଇଁ ଦୁଇ ନେତାଙ୍କ ସହଭାଗୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

ଉକ୍ତ ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜାକର୍ତ୍ତାର ଇସ୍ତାନା ମେର୍ଡେକାରେ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଏହା ପରେ ରାଷ୍ଟ୍ରପତି ପ୍ରବୋଓ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ସାମ୍ନାସାମ୍ନି ଏବଂ ପ୍ରତିନିଧିମଣ୍ଡଳ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ରାଷ୍ଟ୍ରପତି ପ୍ରବୋଓ ,ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ମାନରେ ଏକ ଆନୁଷ୍ଠାନିକ ଭୋଜି ମଧ୍ୟ ଆୟୋଜନ କରି ଥିଲେ। ଇଣ୍ଡୋନେସିଆ ସଂସଦର ପ୍ରତିନିଧି ସଭା ବାଚସ୍ପତି ଡକ୍ଟର ପୁଆନ ମହାରାଣୀଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ସଂସଦକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ପ୍ରବୋଓ ଯୋଗ୍ୟାକାର୍ତାରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ପ୍ରମ୍ବନନ ମନ୍ଦିର ପରିସରରେ ପୁନରୁଦ୍ଧାର ଏବଂ ସଂରକ୍ଷଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।

ଏହାସହ ମଧ୍ୟ ପଢନ୍ତୁ - Prabowo Subianto -PM Modi : ପିଏମ୍ ମୋଦିଙ୍କ ଯୋଜନାରେ କପି ରାଇଟ୍ ନାହିଁ : ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଜାଳିଆ କଥାରେ ହସିଲେ ସମସ୍ତେ …

ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପ୍ରବୋଓ ୭ ଜୁଲାଇ ୨୦୨୬ରେ ଜାକର୍ତ୍ତାର ଇସ୍ତାନା ମେର୍ଡେକା ଠାରେ ଆନୁଷ୍ଠାନିକ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ଆନୁଷ୍ଠାନିକ ଆଲୋଚନାରେ ରାଜନୈତିକ ସମ୍ପର୍କ, ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ, ସାମୁଦ୍ରିକ ସହଯୋଗ, ବାଣିଜ୍ୟ ଓ ନିବେଶ, ଡିଜିଟାଲ୍ ଅର୍ଥବ୍ୟବସ୍ଥା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ମହାକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, କୃଷି, ସ୍ୱାସ୍ଥ୍ୟ, ଔଷଧ, ଶିକ୍ଷା, ସଂସ୍କୃତି, ପର୍ଯ୍ୟଟନ, ଯୁବ ବିନିମୟ ଏବଂ ନାଗରିକ ସମ୍ପର୍କ ସମେତ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ପାରସ୍ପରିକ ହିତ ସହ ଜଡ଼ିତ କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ଘଟଣାକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଦୁଇ ଦେଶର ରଣନୀତିକ ସମ୍ପର୍କର ତୀବ୍ରତା ବୃଦ୍ଧି କରିବାକୁ ଏବଂ ଉଚ୍ଚସ୍ତରୀୟ ଆଦାନପ୍ରଦାନର ଗୁରୁତ୍ୱକୁ ସ୍ୱୀକାର କରିବାକୁ ଇଚ୍ଛା ପ୍ରକାଶ କରି, ନିୟମିତ ଶିଖର ବୈଠକ ଆୟୋଜନ କରିବାକୁ ଉଭୟ ନେତା ରାଜି ହୋଇଥିଲେ।

ଉଭୟ ନେତା ୨୩ ଏପ୍ରିଲ ୨୦୨୫ରେ ଜାକର୍ତ୍ତାରେ ଅନୁଷ୍ଠିତ ତୃତୀୟ ଭାରତ-ଇଣ୍ଡୋନେସିଆ ନୀତିଗତ ଯୋଜନା ଆଲୋଚନା, ୧୫-୧୬ ସେପ୍ଟେମ୍ବର ୨୦୨୫ରେ ଜାକର୍ତ୍ତାରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-ଇଣ୍ଡୋନେସିଆ ଟ୍ରାକ୍ ୧.୫ ଆଲୋଚନା ଏବଂ ୫-୬ ଅଗଷ୍ଟ ୨୦୨୫ରେ ଜାକର୍ତ୍ତାଠରେ ଅନୁଷ୍ଠିତ ଜାକର୍ତ୍ତା ଫ୍ୟୁଚର୍ସ ଫୋରମ ସମେତ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ଥିଙ୍କଟ୍ୟାଙ୍କ, ଶିକ୍ଷାନୁଷ୍ଠାନ ଓ ନୀତି ବିଶେଷଜ୍ଞଙ୍କ ମଧ୍ୟରେ ବୃଦ୍ଧି ପାଇଥିବା ସମ୍ପର୍କକୁ ସ୍ୱାଗତ କରିଥିଲେ।

ଭାରତ ଓ ଇଣ୍ଡୋନେସିଆ ସାମୁଦ୍ରିକ ପଡ଼ୋଶୀ ଏବଂ ଦୃଢ଼ ପ୍ରତିରକ୍ଷା ସହଯୋଗ ସହିତ ରଣନୀତିକ ଅଂଶୀଦାର ବୋଲି ଉଭୟ ପକ୍ଷ ସ୍ୱୀକାର କରିଥିଲେ । ୨୦୧୮ରେ ‘‘ଭାରତ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ଉପରେ ଭାରତ-ଇଣ୍ଡୋନେସିଆର ସହଭାଗୀ ଦୃଷ୍ଟିକୋଣ’’ ଗ୍ରହଣକୁ ସ୍ମରଣ କରି ଉଭୟ ନେତା ପ୍ରତିରକ୍ଷା ଓ ସାମୁଦ୍ରିକ ସହଭାଗୀତାକୁ ଆହୁରି ବୃଦ୍ଧି ତଥା ବିସ୍ତାର କରିବା ପାଇଁ ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥି ଲେ।

ପିଏମ ମୋଦି ଓ ରାଷ୍ଟ୍ରପତି ପ୍ରବୋଓ ୨୭ ନଭେମ୍ବର ୨୦୨୫ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ତୃତୀୟ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନାକୁ ସ୍ୱାଗତ କରିଥିଲେ। ନିୟମିତ ପ୍ରତିରକ୍ଷା ଆଲୋଚନା, ମିଳିତ ଅଭ୍ୟାସ, କର୍ମଚାରୀସ୍ତରୀୟ ଆଲୋଚନା, ନୂତନ ପ୍ରତିରକ୍ଷା ପ୍ରଯୁକ୍ତିର ମିଳିତ ଗବେଷଣା ଏବଂ ସହ-ଉତ୍ପାଦନ, ବନ୍ଦର କଲ୍, ଶାନ୍ତିରକ୍ଷା କାର୍ଯ୍ୟକଳାପ, ସୂଚନା ଆଦାନପ୍ରଦାନ, ହାଇଡ୍ରୋଗ୍ରାଫି, କ୍ଷମତା ନିର୍ମାଣ, କ୍ୟାଡେଟ୍ ତାଲିମ ଓ ଆଦାନପ୍ରଦାନ ଏବଂ ପ୍ରତିରକ୍ଷା ଶିଳ୍ପ ସହଯୋଗ ସମେତ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ ଓ ବୃଦ୍ଧି କରିବା ପାଇଁ ସହମତ ହୋଇଥିଲେ । ସେମାନେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରଣାଳୀରେ ସହଯୋଗ ଏବଂ ଆକାଶରୁ ଆକାଶ ମାର୍ଗକୁ ଲକ୍ଷ୍ୟବଦ୍ଧ କରିପାରୁଥିବା କ୍ଷେପଣାସ୍ତ୍ର ସହଯୋଗ ଚୁକ୍ତିନାମା ମାଧ୍ୟମରେ ପ୍ରତିରକ୍ଷା ସହଯୋଗ ଆଗକୁ ବଢ଼ାଇବାକୁ ସ୍ୱାଗତ କରିଥିଲେ । ଉଭୟ ନେତା ସାମୁଦ୍ରିକ ସୁରକ୍ଷା ଓ ସୁରକ୍ଷା ସହଯୋଗ ଉପରେ ବୁଝାମଣାପତ୍ରର ନବୀକରଣ ଏବଂ ବକମଲାରି ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟରେ କାର୍ଯ୍ୟକାରୀ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ହେବାକୁ ସ୍ୱାଗତ କରିଛନ୍ତି।

ଏହାସହ ଜାତୀୟ ଆଇନ ଓ ନିୟମାବଳୀ, ୧୯୮୨ ୟୁଏନକ୍ଲଜ୍ ସମେତ ଅନ୍ତର୍ଜାତୀୟ ଆଇନର ନୀତି ଅନୁଯାୟୀ ପାରସ୍ପରିକ ହିତ ସହ ଜଡ଼ିତ ସାମୁଦ୍ରିକ ପ୍ରସଙ୍ଗ ଉପରେ ଗଠନମୂଳକ ଆଲୋଚନା ଜାରି ରଖିବାର ସମ୍ଭାବନା ଅନ୍ୱେଷଣ କରିବାର ଗୁରୁତ୍ୱ ଉଲ୍ଲେଖ କରିଥିଲେ। ସୂଚନା ଫ୍ୟୁଜନ୍ କେନ୍ଦ୍ର-ଭାରତ ମହାସାଗର କ୍ଷେତ୍ର ଗୁରୁଗ୍ରାମରେ , ଇଣ୍ଡୋନେସିଆରୁ ଜଣେ ଅନ୍ତର୍ଜାତୀୟ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବାକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ସାମୁଦ୍ରିକ ସୁରକ୍ଷାରେ ସହଯୋଗର ପାରସ୍ପରିକ ଲାଭଦାୟକ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଆଲୋଚନା ଜାରି ରଖିବାକୁ ସେମାନେ ସହମତ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ବିଶ୍ୱ ସ୍ତରରେ ନିଷିଦ୍ଧ ଆତଙ୍କବାଦୀ ଏବଂ ୟୁଏନଏସସି ୧୨୬୭ ପ୍ରତିବନ୍ଧକ କମିଟିରେ ତାଲିକାଭୁକ୍ତ ଆତଙ୍କବାଦୀ ସଂଗଠନଗୁଡ଼ିକ ସମେତ ଆତଙ୍କବାଦକୁ ରୋକିବା ଓ ମୁକାବିଲା କରିବା ପାଇଁ  ମୋଦି ଓ ପ୍ରବୋଓ ଆହ୍ୱାନ କରିଥିଲେ। ନେତାମାନେ ଆତଙ୍କବାଦୀ ପାଣ୍ଠି ଯୋଗାଣକୁ ରୋକିବା ଏବଂ ଅନ୍ତର୍ଜାତୀୟ ସ୍ତରରେ ସହମତ ବେଆଇନ ଅର୍ଥ କାରବାର ନିରୋଧୀ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ସହମତ ହୋଇଥିଲେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କ ଇଣ୍ଡୋନେସିଆ ମଧ୍ୟରେ ସ୍ଥାନୀୟ ମୁଦ୍ରା କାରବାର (ଏଲସିଟି) ଉପରେ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ଦିଗରେ ହୋଇଥିବା ଅଗ୍ରଗତିକୁ ଉଭୟ ନେତା ସ୍ୱାଗତ କରିଛନ୍ତି ଏବଂ ଉଲ୍ଲେଖ କରିଛନ୍ତି ଯେ ଏହା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବାଣିଜ୍ୟ ଓ ନିବେଶକୁ ଆହୁରି ପ୍ରୋତ୍ସାହିତ କରିବ ଏବଂ ଦୁଇ ଅର୍ଥନୀତି ମଧ୍ୟରେ ଆର୍ଥିକ ସମନ୍ୱୟକୁ ଗଭୀର କରିବ।

ଉଭୟ ନେତା ଇଣ୍ଡୋନେସିଆରେ ଏକ ସମ୍ଭାବ୍ୟ ଲଜିଷ୍ଟିକ୍ ବିତରଣ ପ୍ଲାଟଫର୍ମ ଭାବରେ ରେଡ୍ ଆଣ୍ଡ୍ ହ୍ୱାଇଟ୍ କୋଅପରେଟିଭ୍ ନେଟୱାର୍କର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ଏହା ଉଭୟ ଦେଶରୁ ଔଷଧ ଓ ଚିକିତ୍ସା ଉତ୍ପାଦଗୁଡ଼ିକୁ ସେମାନଙ୍କ ଘରୋଇ ଆଇନ ଓ ନିୟମାବଳୀ ଅନୁଯାୟୀ ଯୋଗାଇବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଥିଲା।

ଉଭୟ ନେତା ମାନବ ସମ୍ବଳ ବିକାଶ, ଉନ୍ନତ ପରିଚାଳନା ଏବଂ ନିର୍ବାଚନ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟା ବ୍ୟବହାର ସମ୍ପର୍କରେ ଭାରତର ନିର୍ବାଚନ ଆୟୋଗ ଏବଂ ଇଣ୍ଡୋନେସିଆର ସାଧାରଣ ନିର୍ବାଚନ କମିଶନ (କେପିୟୁ) ମଧ୍ୟରେ ସହଯୋଗ ଉଲ୍ଲେଖ କରିଥିଲେ। ନିର୍ବାଚନ ପରିଚାଳନା ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କ୍ଷେତ୍ରରେ ସହଯୋଗ ପାଇଁ ଭାରତୀୟ ନିର୍ବାଚନ କମିଶନ ଏବଂ କେପିୟୁ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରକୁ ସେମାନେ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋଙ୍କୁ ସର୍ବୋତ୍ତମ ଆତିଥ୍ୟ ପ୍ରଦାନ ପାଇଁ କୃତଜ୍ଞତା ଜଣାଇ ଥିଲେ। ଇଣ୍ଡୋନେସିଆର ବନ୍ଧୁତ୍ୱପୂର୍ଣ୍ଣ, ଲୋକଙ୍କ ସମୃଦ୍ଧି ଏବଂ ପ୍ରଗତି କାମନା କରି ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ପ୍ରବୋଓ ସୁବିଆଣ୍ଟୋଙ୍କୁ  ଭାରତ ଗସ୍ତ କରିବାକୁ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ନିମନ୍ତ୍ରଣ ଜଣାଇଥିଲେ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।