ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

Jul 24, 2026 - 07:52
ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ଅନେକ ମଞ୍ଜୁରୀ ପ୍ରଦାନ କରିଛି। ଭିନୀତ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟରୁ ହଟାଇ ଦିଆଯାଇଛି। ଭିନୀତ ଯୋଶୀ ଉଚ୍ଚଶିକ୍ଷା ବିଭାଗରେ ସଚିବ ଥିଲେ। ରାଜସ୍ଥାନ କ୍ୟାଡରର ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ବିଭାଗର ନୂତନ ସଚିବ ହେବେ।

କେରଳ କ୍ୟାଡରର ଟି.କେ. ଅନିଲ କୁମାରଙ୍କୁ ସ୍କୁଲ ଶିକ୍ଷା ବିଭାଗର ସଚିବ କରାଯାଇଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ବୋଲି କୁହାଯାଇପାରେ।

ନରେଶ ପାଲ ଗଙ୍ଗୱାର ହେଉଛନ୍ତି ୧୯୯୪ ବ୍ୟାଚର ଆଇଏଏସ (IAS)। ଅନ୍ୟପକ୍ଷରେ ୧୯୯୨ ବ୍ୟାଚର ଆଇଏଏସ ଭିନୀତ ଯୋଶୀଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟାଇ ପଞ୍ଚାୟତରାଜ ମନ୍ତ୍ରଣାଳୟର ସଚିବ କରାଯାଇଛି। ୧୯୯୫ ବ୍ୟାଚର ଆଇଏଏସ ଟି.କେ. ଅନିଲ କୁମାରଙ୍କୁ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ଉଭୟ ବିଭାଗରେ ନୂତନ ସଚିବ ଆସିଛନ୍ତି।

Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।