ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ବରଗଡ଼ ପୋଲିସର ଚଢ଼ାଉ: ୧୧୮୦ ବୋତଲ କଫ୍ ସିରପ ଜବତ, ୨ ଗିରଫ

Jul 23, 2026 - 21:49
ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ବରଗଡ଼ ପୋଲିସର ଚଢ଼ାଉ: ୧୧୮୦ ବୋତଲ କଫ୍ ସିରପ ଜବତ, ୨ ଗିରଫ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ପୋଲିସ ପକ୍ଷରୁ ଏକ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଦିନଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଗିରଫ ହୋଇଥିବା ଅଭିଯୁକ୍ତଦ୍ବୟ ହେଲେ ପଦ୍ମପୁର ଖୁଣ୍ଟପାଲି ଅଞ୍ଚଳର ବିନୋଦ କୁମାର ସାହା (୨୯) ଏବଂ ଚାରପାଲି ଅଞ୍ଚଳର ଶିବ ଶଙ୍କର ନାଗ (୩୨)।

ବରଗଡ଼ ଏସପି ରବିନ୍ଦ୍ରନାଥ ଶତପଥୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ନିକଟରୁ ମୋଟ ୧୧୮୦ ବୋତଲ କଫ୍ ସିରପ୍ ସମେତ ଏହି ବେଆଇନ କାରବାରରେ ବ୍ୟବହୃତ ଏକ କାର୍ (ଗାଡ଼ି) ଜବତ କରାଯାଇଛି। ପୋଲିସ ପକ୍ଷରୁ ଏହି ଘଟଣାର ଅଧିକ ତାପ୍ତିର ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।