Plane wreckage: ୭୪ ବର୍ଷ ପରେ ମିଳିଲା ବିମାନ ଅବଶେଷ
"୧୯୫୨ରେ "କ୍ଲିପର୍ ଏଣ୍ଡେଭର୍" ନାମକ ଯାତ୍ରୀ ବିମାନଟି ପୁଏର୍ତୋରିକୋରୁ ନ୍ୟୁୟର୍କ ଅଭିମୁଖେ ଯିବାବେଳେ ଆଟ୍ଲାଣ୍ଟିକ୍ ମହାସାଗର ମଧ୍ୟକୁ ଖସିପଡ଼ିଥିଲା।
ଏହି ଐତିହାସିକ ଦୁର୍ଘଟଣାର ତ୍ରୁଟିଗୁଡ଼ିକ ଆଜିର ସୁରକ୍ଷିତ ବିମାନଯାତ୍ରା ମାନକ ପାଇଁ ବାଟ କଢ଼ାଇଥିଲା।
ଏହାର ୭୪ ବର୍ଷ ପରେ ବିମାନଟିର ଅବଶେଷକୁ ସମୁଦ୍ର ଗର୍ଭରେ ଠାବ କରାଯାଇଛି।
ଏଆର୍/ସି ହେରିଟେଜ୍ ଫାଉଣ୍ଡେସନ୍ ଓ ଡିସ୍କଭରି ଚ୍ୟାନେଲ୍ର ମିଳିତ ଉଦ୍ୟମରେ ପ୍ରଥମେ ଏହି ବିମାନର ଆନୁମାନିକ ଦୁର୍ଘଟଣାସ୍ଥଳ ସ୍ଥିର କରାଯାଇଥିଲା।
ଏହା ପରେ ଜୁନ୍ ୨ ତାରିଖରୁ ସୋନାର୍ ଖଚିତ ଡ୍ରୋନ୍ ସାହାଯ୍ୟରେ ଏହାର ଅନୁସନ୍ଧାନ ଜାରି ରହିଥିଲା।
ଶେଷରେ ମଙ୍ଗଳବାର ଦିନ ସମୁଦ୍ର ପତ୍ତନରୁ ୨୦୦୦ ଫୁଟ୍ ତଳେ ଏହି ବିମାନର ଅବଶେଷକୁ ଠାବ କରାଯାଇଛି।
Advertisment ସେହି ବିମାନରେ ୬୪ ଯାତ୍ରୀଙ୍କ ସମେତ ପାଞ୍ଚ ଜଣ ବିମାନସେବା କର୍ମଚାରୀ ଥିଲେ।
ପାଇଟଲ୍ ବିମାନଟିକୁ ସୁରକ୍ଷିତ ଭାବେ ସମୁଦ୍ର ପାଣିରେ ଓହ୍ଲାଇଦେଇଥିଲେ ହେଁ ବିମାନଟି ପାଣିରେ ଧୀରେ ଧୀରେ ବୁଡ଼ିବାରେ ଲାଗିଲା।
ଏ ପରିସ୍ଥିତିରେ କ"ଣ କରାଯିବା ଉଚିତ ତାହା ଜାଣି ନଥିବାରୁ ଆତଙ୍କିତ ଯାତ୍ରୀମାନେ ଠିକ୍ ସମୟରେ ଲାଇଫ୍ ଭେଷ୍ଟ ଖୋଜି ପାଇଲେ ନାହିଁ କି କର୍ମଚାରୀମାନେ ଜରୁରିକାଳୀନ ଡଙ୍ଗା ବାହାର କରିପାରି ନଥିଲେ।
ଏହି କାରଣରୁ ୫୨ ଯାତ୍ରୀ ବିମାନ ସହିତ ବୁଡ଼ିଯାଇଥିଲେ।
ମାତ୍ର ୧୨ ଜଣ ଯାତ୍ରୀ ଓ ପାଞ୍ଚ ଜଣ କର୍ମଚାରୀଙ୍କ ଜୀବନ ହିଁ ରକ୍ଷା କରାଯାଇପାରିଥିଲା।
ଏହି ଐତିହାସିକ ଦୁର୍ଘଟଣା ପରେ ବିମାନ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଥିଲା ଏବଂ ବିମାନ ଉଡ଼ିବା ପୂର୍ବରୁ ଯାତ୍ରୀଙ୍କୁ ଜରୁରିକାଳୀନ ସ୍ଥିତି ସମ୍ପର୍କିତ ପରାମର୍ଶ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।