ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିଲା କଟକ ପେଟ୍ଟାନାଳର ପୁନରୁଦ୍ଧାର କାର୍ଯ୍ୟ
ନନ୍ଦିଘୋଷ ବ୍ୟୁରୋ : ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିଲା କଟକ ପେଟ୍ଟାନାଳର ପୁନରୁଦ୍ଧାର କାର୍ଯ୍ୟ । ସରକାର ବଦଳିଲା ପରେ ଏହା ଅଧାରେ ଅଟକିଗଲା । ସିଡିଏ କଡେ କଡେ ନଦୀର ଏକ ଜୋର ଭାବେ ପେଟ୍ଟାନାଳ ସେକ୍ଟର ୧୦ ରୁ କାଠଯୋଡି ପର୍ଯ୍ୟନ୍ତ ଲମ୍ବିଛି । ଏହି ପୁରୁଣା ନାଳ କଡେ ପୂର୍ବ ସରକାରଙ୍କ ଅମଳରେ ସେକ୍ଟର-୧ ରୁ ୧୦ ପର୍ଯ୍ୟନ୍ତ ଏକ ସୁନ୍ଦର ଚାରି ଲେନ ରାସ୍ତା ହୋଇଥିଲା । ପରେ ପେଟ୍ଟାନାଳ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଯୋଜନା କରାଯାଇଥିଲା। ଗଲା ସରକାର ୪୦ କୋଟି ଟଙ୍କା ମଞ୍ଜୁର କଲେ ଓ କାମ ଆରମ୍ଭ ହେଲା। ଉଚ୍ଛେଦ ସହ ନାଳର ଉଭୟ କଡ ମାଟି ଫିଲିଂ କରାଯାଇ ଦୁଇ କିଲୋମିଟର ଗାର୍ଡ ୱାଲ କରା ଯାଇଥିଲା। ପରେ ସରକାର ବଦଳି ଗଲା, ଫଳରେ ଆଉ ୬୦ କୋଟିର ଦୁଇ ପର୍ଯ୍ୟାୟର କାମ ଶୀତଳ ଭଣ୍ଡାରକୁ ଚାଲିଗଲା। ଏବେ ସରକାର ମୁଳ କାମ ନ ସାରି ପେଟ୍ଟାନାଳ ଉପରେ ୫ ଟି ଛୋଟ ସେତୁ କରିବାକୁ ଯୋଜନା କରୁଛନ୍ତି । ଏ ନେଇ କଟକ ମେୟର ଅସନ୍ତୋଷ ପ୍ରକାଶ କରିବା ସହଂ ପୂର୍ବକାମ ସାରିବାକୁ ଅନୁରୋଧ କରିଛନ୍ତି ।
ଏବେ ପେଟ୍ଟାନାଳ ଅତ୍ୟନ୍ତ ଅପରିଷ୍କାର ହୋଇ ପଡିଛି । ମଶା,ପୋକ,ଦୁର୍ଗନ୍ଧ ଦାଉରେ ସଡୁଛନ୍ତି ସିଡିଏ ଲୋକମାନେ। ଅନ୍ଯ ପକ୍ଷରେ କୃଷକ ବଜାର କୁ ସିଡିଏ-୬ ଓ ବିଡାନକସୀକୁ ସିଡିଏ-୮ ସହିତ ସଂଯୋଗ କରିବା ପାଇଁ ପୂର୍ବରୁ ଦୁଇଟି ପୁରୁଣା ବ୍ରିଜ ରହିଛି ।ଏ ଦୁଇଟି ଏବେ ପୁରୁଣା ହୋଇ ଗଲାଣି। ତେଣୁ ସାଧାରଣ ଲୋକଙ୍କ ମତ ଏ ଦୁଇଟି ଭାଙ୍ଗି ନୂଆ କରିବା ସହ ୫ ବ୍ରିଜ ନିର୍ମାଣ କରାଯାଉ । …
ଅତିଶୀଘ୍ର ପୁଣି କାମ ଆରମ୍ଭ କରାଯାଇ ପେଟ୍ଟାନାଳର ପୁନରୁଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ବୋଲି ସିଡିଏବାସୀ ଦାବି କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
