ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଥରଗାଡ଼ିଆ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

Jul 14, 2026 - 12:39
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପଥରଗାଡ଼ିଆ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୬ ଜଣ ଗୁରୁତର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂଘର୍ଷ। ପଥରଗାଡ଼ିଆ ଗାଁର ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ପୂର୍ବ ଶତ୍ରୁତାରୁ ଜେନା ସାହି ଓ ବେହେରା ସାହି ମଧ୍ୟରେ ସଂଘର୍ଷରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ଉତ୍ତେଜନା ଥମି ନଥିବାରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । 

ସୂଚନା ଅନୁସାରେ, ଗତବର୍ଷ ଗଣେଷ ପୂଜାରେ ବେହେରା ସାହି ଓ ଜେନା ସାହି ଭିତରେ ବିବାଦ ହୋଇଥିଲା । ସେବେଠାରୁ ୨ ସାହି ଭିତରେ ଶତ୍ରୁତା ଲାଗି ରହିଥିଲା । ସୋମବାର ଅପରାହ୍ଣରେ କ୍ରିକେଟ୍ ଖେଳ ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ପପୁନା ଓ ଜଗଦୀଶ ଭିତରେ ଝଗଡ଼ା ଲାଗିଥିଲା । ଦୁଇ ସାହିର ଏହି ଦୁଇଜଣଙ୍କ ଭିତରେ ଗଣ୍ଡଗୋଳ ପୂର୍ବ ଶତ୍ରୁତାକୁ ନେଇ ଭୀଷଣ ରୂପ ନେଇଥିଲା। ରାତି ୯ଟାରେ ୨ ସାହିର ଦୁହେଁ ପରସ୍ପରକୁ କଟୁରିରେ ଆକ୍ରମଣ କରିଥିଲେ । ପରେ ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ଫିଙ୍ଗିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ଚାଲିଲା । ସ୍ଥିତି ଅଣାୟତ ହେବାରୁ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଟିମ୍ ପହଞ୍ଚିବା ପରେ ୨ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ୨ ସାହିରେ ପୋଲିସ ପକ୍ଷରୁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।