ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ
ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ ବର୍ଷା ଯାତ୍ରାକୁ ଫିକା ପକାଇ ମନ୍ଦିରର ସୌନ୍ଦର୍ଯ୍ୟକୁ ଧୋଇଦେଇଛି।
ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପହଣ୍ଡି କରାଯାଇ ଜଗନ୍ନାଥଙ୍କୁ ରଥାରୂଢ କରାଯାଇଥିଲା। ଏହାପରେ ଅପରାହ୍ନରେ ରଥଟଣା ହୋଇଥିଲା। ଏହାକୁ ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟଓ ମନ୍ଦିର ଉନ୍ନୟନ ପରିଷଦର ସଭ୍ୟ, ସେବାୟତ ଓ ସାହି ବାସିନ୍ଦା ପରିଚାଳନା କରିଥିବା ବେଳେ ସହରବାସୀ ସହଯୋଗ କରିଥିଲେ।
ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା,ଏନ୍ଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର ଓ ଆଇଆଇସି କୁଳମଣି ସେଠୀଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଓ ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିଥିଲେ। ଏହାସହ ବ୍ଲକର ପ୍ରତାପୁର, ଜଳେଶ୍ବର ଖଣ୍ଡି, କେଏନ୍ପୁର, ଆଛୁଲି, ଚିଙ୍ଗୁଡ଼ିଘାଇ, ଭାଟକୁମରଡ଼ା, ଶିକୁଳା, ସୁନାଥର, ଭୀମପୁର, ରାଇପୁର ଆଦି ବିଭିନ୍ନ ସ୍ଥାନରେ ହେଉଥିବା ରଥଯାତ୍ରାକୁ ଯାଇ ପ୍ରଶାସନିକ ଅଧିକାରୀମାନେ ତଦାରଖ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।