ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା…
କୋରାପୁଟ,୪ା୭(ଅମିତାଭ ବେହେରା): ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟାଇ ଆସନ୍ତା ୬ ଜୁଲାଇରେ ପୁରୀ-କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସର ଉଦ୍ଘାଟନୀ ଯାତ୍ରା ଆରମ୍ଭ ହେବ। ଏହି ଅବସରରେ ୦୮୪୦୯ ପୁରୀ-କୋରାପୁଟ ଉଦ୍ଘାଟନୀ ସ୍ପେଶାଲ ଟ୍ରେନ୍ ସୋମବାର ଅପରାହ୍ନ ୧ଟାରେ ପୁରୀ ଷ୍ଟେଶନରୁ ଛାଡ଼ିବ। ପୂର୍ବତଟ ରେଳପଥ ପକ୍ଷରୁ ଏନେଇ ନୋଟିସ ଜାରି କରାଯାଇଛି।
ଟ୍ରେନ୍ଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ତାଳଚେର ରୋଡ, ଅନୁଗୋଳ, ବଇଣ୍ଡା, ରାଇରଖୋଲ, ସମ୍ବଲପୁର, ବରଗଡ଼ ରୋଡ, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ଟିକିରି, ଲକ୍ଷ୍ମୀପୁର ରୋଡ, କାକିରିଗୁମ୍ମା ଓ ଦାମନଯୋଡ଼ି ଦେଇ ମଙ୍ଗଳବାର ସକାଳ ୫ଟା ୨୦ ମିନିଟ୍ରେ କୋରାପୁଟରେ ପହଞ୍ଚିବ। ରେଳ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ଉଦ୍ଘାଟନୀ ସ୍ବତନ୍ତ୍ର ଟ୍ରେନ୍ର ସମୟ ସୂଚୀ ଅସ୍ଥାୟୀ ରହିଛି ଏବଂ ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହୋଇପାରେ। ନିୟମିତ ୧୮୪୦୭/୧୮୪୦୮ ପୁରୀ-କୋରାପୁଟ-ପୁରୀ ତ୍ରି-ସାପ୍ତାହିକ ଏକ୍ସପ୍ରେସର ବାଣିଜି୍ୟକ ଚଳାଚଳ ସମ୍ପର୍କିତ ସ୍ବତନ୍ତ୍ର ବିଜ୍ଞପ୍ତି ପରେ ପ୍ରକାଶ ପାଇବ ବୋଲି ପୂର୍ବତଟ ରେଳ ବିଭାଗ ପକ୍ଷରୁ କୁହାଯାଇଛି।
Dharitri – Odisha’s No.1 Odia Daily
The post ପୁରୀରୁ କୋରାପୁଟକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍, ନୋଟସ ଜାରି କରି ପୂର୍ବତଟ ରେଳ ବିଭାଗ କହିଲା ଆସନ୍ତା… appeared first on Dharitri Odia News.