ବାଣୀବିହାର ଡ୍ରେନ୍ରେ ଭାସିଗଲେ ଯୁବକ
ଭୁବନେଶ୍ୱର,୪।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ସକ୍ରିୟ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଏଭଳିସ୍ଥିତିରେ ରାଜଧାନୀ ଭୁବନେଶ୍ୱରରେ ଶନିବାର ପ୍ରବଳ ବର୍ଷା ହୋଇଛି। ବର୍ଷାର ପ୍ରବଳ ସ୍ରୋତରେ ବାଣୀବିହାର ଡ୍ରେନ୍ରେ ଭାସି ସ୍ଥାନୀୟ ଜଣେ ଯୁବକ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ହେଲେ ଯୁବଙ୍କ କୌଣସି ପତ୍ତା ମିଳିପାରି ନାହିଁ।
ଅନ୍ୟପକ୍ଷେ ବର୍ଷା ଆସୁ ଆସୁ ରାଜଧାନୀର ଡ୍ରେନ୍ରେ ଭାସି ନିଖୋଜ ଯୁବକ ନିଖୋଜ ହେବା ଘଟଣାକୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କେଉଁ ପରିସ୍ଥିତିରେ ଏଭିଳି ଘଟଣା ଘଟିଲା ଏହାର ତଦନ୍ତ କରି ନିଖୋଜ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସାଧରଣରେ ଦାବି ହୋଇଛି।
The post ବାଣୀବିହାର ଡ୍ରେନ୍ରେ ଭାସିଗଲେ ଯୁବକ appeared first on Dharitri Odia News.