ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

Jul 29, 2026 - 18:28
ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨ ବର୍ଷ ୯ ମାସରେ ସେ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ’ରେ ସ୍ଥାନ ପାଇଥିବାବେଳେ ଏବେ ‘ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡସ’ ସ୍ଥାନ ପାଇଛନ୍ତି। ଅସାଧାରଣ ଜ୍ଞାନ ଏବଂ ସ୍ମୃତି ଶକ୍ତି ପ୍ରଦର୍ଶନ କରୁଥିବା ସର୍ବକନିଷ୍ଠ ବହୁମୁଖୀ ପ୍ରତିଭା ସମ୍ପନ୍ନ ଶିଶୁ ଭାବରେ ତାଙ୍କୁ ଏହି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ପ୍ରକାଶ ଯେ, କଶିସ୍‌ ଗାୟତ୍ରୀ ମନ୍ତ୍ର, ବକ୍ରତୁଣ୍ଡ ମହାକାୟ, ଗୁରୁମନ୍ତ୍ର, କର୍ପୂର ଗୌରମ ଏବଂ ଆଇଗିରି ନନ୍ଦିନୀର ପ୍ରଥମ ସ୍ତବକ ସହିତ ଅନେକ ହିନ୍ଦୁ ମନ୍ତ୍ର ଆବୃତ୍ତି କରିପାରନ୍ତି। ସେ ଅନେକ ଦେଶର ପତାକା ଚିହ୍ନିପାରନ୍ତି, ଭାରତର ମାନଚିତ୍ର ଚିହ୍ନଟ କରିପାରନ୍ତି, ଜାତୀୟ ପ୍ରତୀକ, ପଶୁ ଏବଂ ସେମାନଙ୍କର ଛୁଆମାନଙ୍କୁ ଚିହ୍ନିପାରନ୍ତି ଏବଂ ତାଙ୍କର ଆଧ୍ୟାତ୍ମିକତା ତଥା ହିନ୍ଦୁ ସଂସ୍କୃତି ବିଷୟରେ ଜ୍ଞାନ ରହିଛି। ସେ ଭାରତର ଜାତୀୟ ସଙ୍ଗୀତର ଅଧିକାଂଶ ଭାଗ ମଧ୍ୟ ଗାଇପାରନ୍ତି। ଏତେ କମ୍‌ ବୟସରେ ତାଙ୍କର ଏଭଳି ଚମତ୍କାର ସ୍ମୃତିଶକ୍ତି, ଚିହ୍ନିବା ଦକ୍ଷତା ଏବଂ ଆଧ୍ୟାତ୍ମିକ ଶିକ୍ଷା ତାଙ୍କୁ ଏକ ଅସାଧାରଣ ଶିଶୁ ଭାବରେ ଗଢ଼ି ତୋଳିଛି। ଭବାନୀପାଟଣା ନନ୍ଦ କଲୋନୀର ଆଶା ଅଗ୍ରଓ୍ବାଲ ଓ କମଲ ବଂଶଲଙ୍କ ସେ ଝିଅ ଅଟନ୍ତି। ତାଙ୍କର ଏହି ସଫଳତାକୁ ନେଇଁ ଜିଲାର ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।