ପୁଅ ଆଗରେ ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ବୃଦ୍ଧ ବାପା

Sep 29, 2026 - 10:18
ପୁଅ ଆଗରେ ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ବୃଦ୍ଧ ବାପା

ନନ୍ଦିଘୋଷ ବ୍ୟୁରୋ : ପୁଅ ଆଗରେ ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ବୃଦ୍ଧ ବାପା। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।  ନଦୀ ପାର ହୋଇ ଜଙ୍ଗଲରୁ କାଠ କୋଇଲା ସଂଗ୍ରହ କରିବା ପାଇଁ ଯାଉଥିବାବେଳେ ଅଘଟଣ। ନିଖୋଜ ବୃଦ୍ଧ ହେଲେ ତୁମୁଡ଼ିବନ୍ଧ ଥାନା କଳିସାପଦର ଗାଁର ଅର୍ଜୁନ ମୁଣ୍ଡା । ବୟସ ୬୫ ବର୍ଷ । ପ୍ରତିଦିନ ଭଳି ଗତକାଲି ନିଜ ପୁଅକୁ ସାଙ୍ଗରେ ନେଇ ନିକଟସ୍ଥ ଜଙ୍ଗଲକୁ ବାହାରିଥିଲେ । ବାପ,ପୁଅ ରାହୁଲ ନଦୀ ପାର ହେଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ବାପା ଅର୍ଜୁନ ମୁଣ୍ଡା ଭାସି ଯାଇଥିଲେ । ବାପାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ପୁଅ।  ଖବର ପାଇ ଘଟଣାସ୍ଥଳରେ ତୁମୁଡ଼ିବନ୍ଧ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନଥିବା ଜଣାପଡ଼ିଛି… ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)