ପୀତବାସ ପଣ୍ଡା ହତ୍ୟା ମାମଲାରୁ ବିକ୍ରମ ବାଦ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ । ହତ୍ୟା ମାମଲାରୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡା ବାଦ । ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଛି ପୋଲିସ । ସେହିପରି ଏହି ହାଇପ୍ରୋଫାଇଲ୍ ହତ୍ୟା ଘଟଣାରେ ସାମିଲ ଥିବା ୧୪ ଜଣଙ୍କ ବିରୋଧରେ ଲାଗିଥିବା ହତ୍ୟା ଦଫା ହଟାଯାଇଛି । ବିକ୍ରମ ପଣ୍ଡାଙ୍କ ସହ ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବଶଙ୍କର ଦାସ, ମଳୟ ବିଷୋୟୀ, ମଦନ ଦଳେଇଙ୍କ ନାଁକୁ ବି ହତ୍ୟା ଦଫାରୁ କାଟି ଦିଆଯାଇଛି । ହତ୍ୟା ଦଫା ବଦଳରେ ସଂଗଠିତ ଅପରାଧ ଭାବେ ଷଡ଼ଯନ୍ତ୍ର କରିଥିବା ନେଇ ଲାଗିଛି BNS ଦଫା-୧୧୧ । ଅର୍ଥାତ ଏମାନେ ହତ୍ୟା ଷଡ଼ଯନ୍ତ୍ରକାରୀ ଥିଲେ ମଧ୍ୟ ସିଧା ସଳଖ ହତ୍ୟା କରି ନଥିବା କଥା କୁହାଯାଇଛି । ହତ୍ୟା ପାଇଁ ଲାଗୁଥିବା BNS ଦଫା-୧୦୩ କେବଳ ଦୁଇ ସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ନାଁରେ ଲାଗିଛି ।