ଦ୍ବିତୀୟ ଇନିଂସ

ଏହି ଦ୍ୱିତୀୟ ଇନିଂସରେ ୮୦-୯୦ ଦଶକର ଏହି ଷ୍ଟାରମାନେ ଖେଳ ବଦଳାଉଛନ୍ତି । ସନି ଦେଓଲ ଏବେ ବଡ଼ ଡିଜିଟାଲ୍ ଓ ସିରିଜ୍ କ୍ଷେତ୍ର ଆଡ଼କୁ ପାଦ ବଢ଼ାଉଛନ୍ତି । ସେହିଭଳି ବବି ଦେଓଲ ନିଜର ଗ୍ରେ ବା ଖଳନାୟକ ଏବଂ ଗମ୍ଭୀର ଚରିତ୍ର ମାଧ୍ୟମରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି । ମାଧୁରୀ ଦୀକ୍ଷିତ ନିଜର ରୋମାଣ୍ଟିକ ଭାବମୂର୍ତ୍ତିରୁ ଦୂରେଇ ଯାଇ ଗ୍ରେ ଶେଡ୍ ଏବଂ ନକାରାତ୍ମକ ଭୂମିକା ଚୟନ କରୁଛନ୍ତି । କାଜୋଲ କ୍ରମାଗତ ଭାବେ ଓଟିଟିର ଅଂଶ ହେଉଛନ୍ତି ଏବଂ ଦକ୍ଷିଣ ଭାରତୀୟ ସିନେମାରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି। କରିସ୍ମା କପୁର ସୀମିତ ମାତ୍ରାରେ କିନ୍ତୁ ପ୍ରିମିୟମ କଣ୍ଟେଣ୍ଟ, ସୋଲୋ ଆକ୍ସନ ଭିତ୍ତିକ ଶ୍ରେଷ୍ଠ ଭୂମିକା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।
ପରିବର୍ତ୍ତନର କାରଣ
ଷ୍ଟ୍ରିମିଂ ଇଣ୍ଡଷ୍ଟ୍ରିର ପୂର୍ବାନୁମାନ ଅନୁଯାୟୀ, ଷ୍ଟାର୍ ସିଷ୍ଟମ ବଦଳିବାର କାରଣ ମଧ୍ୟ ବେଶ୍ ଆକର୍ଷଣୀୟ । ଭାରତୀୟ ଓଟିଟି ଦର୍ଶକଙ୍କ ମଧ୍ୟରୁ ପ୍ରାୟ ୪୭% ଦର୍ଶକ ୩୫ ବର୍ଷରୁ ଅଧିକ ବୟସ୍କ । ଏହି ବର୍ଗର ଲୋକମାନେ ହିଁ ୯୦ ଏବଂ ୨୦୦୦ ଦଶକରେ ଏହି କଳାକାରମାନଙ୍କୁ ସେମାନଙ୍କର ଶୀର୍ଷ ସ୍ଥାନରେ ଦେଖିଥିଲେ । ଅନ୍ୟପଟେ, ୧୮ - ୩୪ ବର୍ଷ ବୟସ୍କ ଦର୍ଶକଙ୍କ ଭାଗିଦାରୀ ମଧ୍ୟ ପ୍ରାୟ ୫୩% ରହିଛି । ଏଭଳି ସ୍ଥିତିରେ ଓଟିଟି ପ୍ଲାଟଫର୍ମଗୁଡ଼ିକ ସାମ୍ନାରେ କେବଳ ପୁରୁଣା ଦର୍ଶକଙ୍କୁ ଫେରାଇ ଆଣିବା ଚ୍ୟାଲେଞ୍ଜ ନୁହେଁ, ବରଂ ଗୋଟିଏ ଚେହେରା ମାଧ୍ୟମରେ ଦୁଇଟି ପିଢ଼ିକୁ ଯୋଡ଼ିବାର ଆବଶ୍ୟକତା ରହିଛି । ଏହି କାରଣରୁ ଆଜି ଅଭିଜ୍ଞ କଳାକାରମାନଙ୍କୁ କେବଳ ଷ୍ଟାର୍ ପାୱାର୍ ଭାବେ ନୁହେଁ, ବରଂ କମ୍ ମାର୍କେଟିଂ ଖର୍ଚ୍ଚ ଏବଂ ହାଇ ରିକଲ ଭ୍ୟାଲୁ ଭାବରେ ଦେଖାଯାଉଛି ।
ପାରମ୍ପରିକ ନିୟମରେ ପରିବର୍ତ୍ତନ
ଓଟିଟି କାଷ୍ଟିଂର ପାରମ୍ପରିକ ନିୟମକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଛି । ଏବେ ପ୍ଲାଟଫର୍ମଗୁଡ଼ିକ ସେହି କଳାକାରମାନଙ୍କ ଉପରେ ବଡ଼ ବାଜି ଲଗାଉଛନ୍ତି, ଯେଉଁମାନଙ୍କୁ କେବେ ବିଗତ ଦିନର କଳାକାର ବୋଲି ଧରିନିଆଯାଇଥିଲା । ଏହା ପଛରେ କେବଳ ପୁରୁଣା ସ୍ମୃତି ନାହିଁ, ବରଂ ବଦଳୁଥିବା ଦର୍ଶକ ଏବଂ ସେମାନଙ୍କର କଣ୍ଟେଣ୍ଟ ଦେଖିବାର ନୂଆ ଅଭ୍ୟାସର ବଡ଼ ପ୍ରଭାବ ରହିଛି । ଏହି କାରଣରୁ ଅଭିଜ୍ଞ କଳାକାରମାନଙ୍କୁ ନୂଆ ଏବଂ ପରୀକ୍ଷାମୂଳକ ଚରିତ୍ର ମିଳୁଛି, ଯେପରିକି ‘ମା ବେହେନ୍’ରେ ମାଧୁରୀଙ୍କ ଗ୍ରେ ଶେଡ୍ ଏବଂ ଜଣେ ମା’ର ଚରିତ୍ର। ଏଭଳି ଅନେକ ଉଦାହରଣ ରହିଛି ।