05 AUGUST 2026

Welcome!

Unlock your personalized experience.
Sign Up

ଆକାଶ ଛୁଆଁ ରୂପା ଦର: କେଜି ପିଛା କେତେ ରହିଛି ଦାମ୍, ବିଶେଷଜ୍ଞ କହିଲେ ଆହୁରି ବଢିବ

Aug 05, 2026 - 18:15
ଆକାଶ ଛୁଆଁ ରୂପା ଦର: କେଜି ପିଛା କେତେ ରହିଛି ଦାମ୍, ବିଶେଷଜ୍ଞ କହିଲେ ଆହୁରି ବଢିବ

ନୂଆଦିଲ୍ଲୀ,୫।୮: ସୁନା ସହିତ ରୂପାର ଦରରେ ମଧ୍ୟ ଜୋରଦାର ବୃଦ୍ଧି ଦେଖିବାକୁ ମିଳିଛି। ବିଗତ ତିନି ଦିନ ମଧ୍ୟରେ ରୂପାର ଦର ପ୍ରାୟ ୯ ହଜାର ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏହି ହଠାତ୍ ମୂଲ୍ୟବୃଦ୍ଧି ଯୋଗୁଁ ଗହଣା ବଜାରରେ କ୍ରେତାମାନଙ୍କ ଉପରେ ଅଧିକ ଆର୍ଥିକ ଚାପ ପଡ଼ିଛି। ବ୍ୟବସାୟୀମାନଙ୍କ କହିବା ଅନୁସାରେ, ଆନ୍ତର୍ଜାତୀୟ ବଜାରରେ ଦାମ ବୃଦ୍ଧି, ଶିଳ୍ପ କ୍ଷେତ୍ରରେ ଚାହିଦା ବଢ଼ିବା ଏବଂ ନିବେଶକଙ୍କ ବଢ଼ୁଥିବା ଆଗ୍ରହ ଏହାର ପ୍ରମୁଖ କାରଣ। ବଜାର ବିଶେଷଜ୍ଞମାନଙ୍କ ମତରେ, ଆଗାମୀ ଦିନରେ ଆନ୍ତର୍ଜାତୀୟ ପରିସ୍ଥିତି ଏବଂ ବଜାରର ଚାହିଦାକୁ ଦେଖି ରୂପା ଦରରେ ଆହୁରି ବୃଦ୍ଧି ହେବ।

ବୁଧବାର ୫ ଅଗଷ୍ଟରେ ରୂପାର ଦାମ୍ ବୃଦ୍ଧି ପାଇଥିବାର ଦେଖିବାକୁ ମିଳିଥିଲା। ରୂପା ଦାମ୍ ୩୭୫୫ ଟଙ୍କା ବଢି ୨.୨୫ ଲକ୍ଷ ଟଙ୍କା ପ୍ରତି କେଜିରେ ପହଁଞ୍ଚିଛି। ଗତ ତିନି ଦିନରେ ରୂପା ଦାମ୍ ପ୍ରାୟ ୯ ହଜାର ଟଙ୍କା ମହଙ୍ଗା ହୋଇସାରିଛି। ମଙ୍ଗଳବାର ରୂପା ଦାମ୍ ୪୯୯୬ ଟଙ୍କା ବଢିବା ସହ ୨.୨୧ ଲକ୍ଷ ପ୍ରତି କିଲୋଗ୍ରାମ୍ ରେଟ୍‌ରେ ବନ୍ଦ ହୋଇଥିଲା।

ଆନ୍ତର୍ଜାତୀୟ ବଜାରରେ ମଧ୍ୟ ରୂପାର ଦର ଜୋରଦାର ଦାମ୍ ବୃଦ୍ଧି ଦେଖାଇଛି। ଗ୍ଲୋବାଲ୍ ସିଲଭର ଫ୍ୟୁଚର୍ସ ଜୁନ୍–ଅଗଷ୍ଟ ମଧ୍ୟରେ ଚାଲିଥିବା ସ୍ଥିରତାକୁ ଭାଙ୍ଗି ଗୋଟିଏ ଦିନରେ ୩.୯୦ ପ୍ରତିଶତ ବୃଦ୍ଧି ସହ ପ୍ରତି ଟ୍ରୟ ଆଉନ୍ସ ୬୧.୮୩ ଡଲାରରେ ପହଞ୍ଚିଛି। ବଜାର ବିଶେଷଜ୍ଞଙ୍କ ମତାନୁସାରେ, ବିଶ୍ୱ ଆର୍ଥିକ ଅନିଶ୍ଚିତତା, ଶିଳ୍ପ କ୍ଷେତ୍ରରେ ରୂପାର ବଢ଼ୁଥିବା ଚାହିଦା ଏବଂ ନିବେଶକଙ୍କ ସୁରକ୍ଷିତ ସମ୍ପଦ ପ୍ରତି ଆଗ୍ରହ ଯୋଗୁଁ ଏହି ଦର ବୃଦ୍ଧି ଘଟୁଛି। ବିଶେଷଜ୍ଞମାନେ କହିଛନ୍ତି, ଆସନ୍ତା କିଛି ଦିନ ମଧ୍ୟରେ ବଜାରର ନଜର ରଖିବା ଆବଶ୍ୟକ, କାରଣ ରୂପା ଦରରେ ଆହୁରି ବୃଦ୍ଧି ଦେଖାଯାଇପାରେ। ବର୍ତ୍ତମାନ ଦିଲ୍ଲୀ ବୁଲିୟନ ମାର୍କେଟରେ ଏକ କିଲୋଗ୍ରାମ୍ ରୂପାର ଦାମ୍ ୨.୨୫ ଲକ୍ଷ ଟଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।