ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

Aug 05, 2026 - 20:17
ପାଟଣା ରେଞ୍ଜର ସମୀକ୍ଷା କଲେ ଡିଏଫଓ, ବିଦ୍ୟୁତ ପ୍ରହରୀ…

ପାଟଣା,୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କାର୍ଯ୍ୟାଳୟରେ ବୁଧବାର ରେଞ୍ଜସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦୁଝର ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ଧନରାଜ ହନୁମନ୍ତ ଧାମଧେର ଉପସ୍ଥିତ ରହି ବର୍ଷ ୨୦୨୬- ୨୭ ର ବିଭାଗୀୟ ସମୀକ୍ଷା କରିଥିଲେ।

ଏହି ବୈଠକରେ ବନ ପରିଚାଳନା ଓ ବନ ସମୁଦାୟ କଲ୍ୟାଣ ପାଣ୍ଠି (revloveing fund)କୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ବିଦ୍ୟୁତ ପ୍ରହରୀ କାର୍ଯ୍ୟକ୍ରମ ବିଦ୍ୟୁତ ସୁରକ୍ଷା ନିରୀକ୍ଷଣ, ପ୍ରଥମ ବର୍ଷର ବୃକ୍ଷରୋପଣର ଜୀବିତ ଥିବା ବୃକ୍ଷ ହାର ,ବାଉଁଶ, ପଶୁଖାଦ୍ୟ ଓ ଫଳଜାତୀୟ ଚାରାରୋପଣ ଏବଂ ଚାରା ବଣ୍ଟନ, ସୌର ଆଲୋକ ଓ ଶସ୍ୟ ସଂରକ୍ଷଣ ପାତ୍ର ବଣ୍ଟନ, ଭି ଏସ ଏସ ରିଭଲଭିଂ ଫଣ୍ଡ ଋଣ ପରିଶୋଧ, ମଣିଷ–ହାତୀ ସଂଘର୍ଷର ନିରାକରଣ ସମ୍ବନ୍ଧୀୟ ପଦକ୍ଷେପ ଓ ଅନୁକମ୍ପା ସର୍ଭେ ଅନୁମୋଦନ ସମ୍ପର୍କିତ ବିଷୟଗୁଡ଼ିକର ସମୀକ୍ଷା କରାଯାଇ ତତ୍କାଳିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ବୈଠକରେ ପାଟଣା ବନାଞ୍ଚଳର ରେଞ୍ଜ ଅଫିସର ବନ ବିହାରୀ ସର୍ଦାର, ପାଟଣା ବନପାଳ ନିରଞ୍ଜନ ସେଠୀ, କ୍ଷୀରେ଼ଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ସାହାରପଡ଼ା ବନପାଳ ଶ୍ରୀମାନ୍ତ ବେହେରା, ଚିତ୍ତରଞ୍ଜନ ପରିଡ଼ା , ସମସ୍ତ ଫରେଷ୍ଟ ଗାର୍ଡ , ଏନ୍ ଜି ଓ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।