ପିପିଲିରେ ମତ୍ସ୍ୟ ଯୋଜନା ଦୁର୍ନୀତି: ପୋଖରୀ ନଥାଇ ବଣ୍ଟା ହେଉଛି ଲକ୍ଷାଧିକ ଟଙ୍କାର କାର୍ଯ୍ୟାଦେଶ

Oct 05, 2026 - 17:34
ପିପିଲିରେ ମତ୍ସ୍ୟ ଯୋଜନା ଦୁର୍ନୀତି: ପୋଖରୀ ନଥାଇ ବଣ୍ଟା ହେଉଛି ଲକ୍ଷାଧିକ ଟଙ୍କାର କାର୍ଯ୍ୟାଦେଶ

ପିପିଲି : ପୁରୀ ଜିଲ୍ଲା ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତରେ ମତ୍ସ୍ୟ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି। ସରକାରଙ୍କ ନିୟମାନୁସାରେ ମାଛ ଚାଷ ପ୍ରୋତ୍ସାହନ ପାଇଁ ଚାଷୀଙ୍କୁ ଯାଆଁଳ ମାଛ ଦାନା, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବାବଦରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ମାତ୍ର ପିପିଲି ମତ୍ସ୍ୟ ବିଭାଗରେ ଏହି ସବୁ ଯୋଜନା କେବଳ କାଗଜ କଲମରେ ସୀମିତ ରହିଥିବା ସ୍ଥାନୀୟ ମାଛ ଚାଷୀମାନେ ଅଭିଯୋଗ କରିଛନ୍ତି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଭୂମିହୀନ କିମ୍ବା ଜମିରେ ପୋଖରୀ ନଥାଇ ମଧ୍ୟ ଅନେକ ହିତାଧିକାରୀଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଜାରି କରାଯାଉଛି। ଏପରିକି ଯେଉଁମାନେ ଆବେଦନ କରିନାହାନ୍ତି, ସେମାନଙ୍କ ନାମରେ ମଧ୍ୟ କାର୍ଯ୍ୟାଦେଶ ମିଳିଯାଉଛି। ସରକାରୀ ସବସିଡି, ନୂଆ ପୋଖରୀ ଖୋଳା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମିଳୁଥିବା ଆର୍ଥିକ ସହାୟତାରେ ବ୍ୟାପକ ଲୁଟ୍ ଚାଲିଥିବା ଅଭିଯୋଗ ହୋଇଛି।

ବିଭାଗୀୟ ଅଫିସର ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଯୋଗୁଁ ପ୍ରକୃତ ଚାଷୀ ହକ୍‌ରୁ ବଞ୍ଚିତ ହେଉଛନ୍ତି। ଏହି ମହାଘୋଟାଲାର ନିରପେକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)