ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର

Jul 04, 2026 - 19:08
ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା;  ଆରୋହୀ ଗୁରୁତର

ଆନନ୍ଦପୁର, ୪/୭ (ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣି–ବିରିଡିହା ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ ଆରୋହୀ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଶନିବାର ଅପରାହ୍ନରେ ଆଳୁ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ନମ୍ବର: OD-22X-2685) ବସନ୍ତିଆରୁ ଆଳୁ ନେଇ ବିରିଡିହା ଅଭିମୁଖେ ଯାଉଥିଲା। ଏହି ସମୟରେ ବରୁଆଁ ତାରିଣୀ ମନ୍ଦିର ନିକଟରେ ଏକ ବାଇକ୍‌ ସହ ଏହାର ଧକ୍କା ହୋଇଥିଲା।

ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକସ୍ଥିତ ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆହତ ବାଇକ୍‌ ଆରୋହୀଙ୍କ ଘର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ବାଉଁଶଗଡ଼ ଗ୍ରାମ ବୋଲି ଜଣାପଡ଼ିଛି। ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

The post ପିକ୍‌ଅପ୍‌ ଭ୍ୟାନ୍‌ ସହ ବାଇକ୍‌ ଧକ୍କା; ଆରୋହୀ ଗୁରୁତର appeared first on Dharitri Odia News.