ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୮ ଜଣ ପିଲାଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏକ ସ୍କୁଲ ଛାତ ଭୁଶୁଡ଼ି ପଡ଼ିବାରୁ ୨୮ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ଖାଇବର ପଖତୁନଖ୍ୱାର ରାଜଧାନୀ ପେଶାୱରରେ ଘଟିଛି। ରିପୋର୍ଟ ଅନୁଯାୟୀ ମୃତ ସମସ୍ତ ପିଲାଙ୍କ ବୟସ ୧୩ ବର୍ଷରୁ କମ୍। ଦୁର୍ଘଟଣାରେ ଜଣେ ମହିଳା ଶିକ୍ଷୟିତ୍ରୀ ମଧ୍ୟ ପ୍ରାଣ ହରାଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ଅତି କମରେ ୨୫ ଜଣ ପିଲା ଗୁରୁତର ଆହତ ହୋଇଛନ୍ତି।
ପେଶାୱରର ଦିର୍ କଲୋନୀରେ ଏକ ସ୍କୁଲ ଛାତ ଭୁଶୁଡ଼ି ପଡ଼ିବାରୁ ପିଲାମାନେ ଭଗ୍ନାବଶେଷ ତଳେ ଫସି ରହିଥିଲେ। ଉଦ୍ଧାର କାର୍ଯ୍ୟ ସମୟରେ ଅନେକ ପିଲାଙ୍କ ମୃତ୍ୟୁ ହୋଇଥିଲା। ଆହତମାନଙ୍କ ମଧ୍ୟରୁ କିଛିଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସ୍ଥାନୀୟ ପ୍ରଶାସନ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ଡକାଇଥିଲେ । ସେନା କର୍ମଚାରୀମାନେ ଭଗ୍ନାବଶେଷ ହଟାଇବା ଏବଂ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ କରୁଛନ୍ତି। ସ୍କୁଲଟି ମାଟି ଏବଂ କାଠରେ ତିଆରି ହୋଇଥିବା ଜଣାପଡ଼ିଛି।
ସ୍କୁଲ ସଞ୍ଚାଳକଙ୍କୁ ଗିରଫ କରାଯାଇଛି। ସ୍କୁଲଟି ଏକ ତିନି ମହଲା କୋଠା ଥିଲା। ଛାତ ଭୁଶୁଡ଼ିବା ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
