Welcome!

Unlock your personalized experience.
Sign Up

Ganjam: ମାଣ୍ଡିଆପଲ୍ଲୀ ଛକରେ ସଡ଼କ ଦୁର୍ଘଟଣା, ଦଣ୍ଡ ହୋଟେଲ ମାଲିକ ଗୁରୁତର

Oct 15, 2026 - 15:08
Ganjam: ମାଣ୍ଡିଆପଲ୍ଲୀ ଛକରେ ସଡ଼କ ଦୁର୍ଘଟଣା, ଦଣ୍ଡ ହୋଟେଲ ମାଲିକ ଗୁରୁତର

ଛତ୍ରପୁର: ଗଞ୍ଜାମଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକ ନିକଟସ୍ଥ ଜାତୀୟ ରାଜପଥରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଛତ୍ରପୁର ଦଣ୍ଡ ହୋଟେଲ ମାଲିକ ଦଣ୍ଡପାଣି ସେନାପତି (୫୮) ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଦଣ୍ଡପାଣି ଛତ୍ରପୁରରୁ ବାଇକ୍‌ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ମାଣ୍ଡିଆପଲ୍ଲୀ ଛକ ନିକଟରେ ହଠାତ୍‌ ଏକ ଗାଈ ରାସ୍ତାକୁ ଚାଲି ଆସିଥିଲା। ଏଥିରେ ସେ ବାଇକ୍‌ର ନିୟନ୍ତ୍ରଣ ହରାଇ ରାସ୍ତାରେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।

ଆହୁରି ପଢନ୍ତୁ: US Iran Conflict: ଇରାନ ଉପରେ ଆକ୍ରମଣ ପାଇଁ ଆମେରିକା ‘ମଦର ଅଫ୍ ଅଲ୍ ବମ୍’ ବ୍ୟବହାର କରିବା ଆଶଙ୍କା ଘନେଇଲା

ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)